Thu. May 22nd, 2025

ଉତ୍କଳ ବିଶ୍ବବିଦ୍ୟାଳୟ +୩ ତୃତୀୟ ବର୍ଷ ପରୀକ୍ଷା : ଗଣିତ ଓ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍

By amfnews Jan 20, 2019 #Featured
149 Views

ଭୁବନେଶ୍ବର, ଜାନୁଆରୀ ୨୦ : ଉତ୍କଳ ବିଶ୍ବବିଦ୍ୟାଳୟର +୩ ବିଜ୍ଞାନ ଶେଷ ବର୍ଷ (୫ମ ସେମିଷ୍ଟାର) ଛାତ୍ରଛାତ୍ରୀଙ୍କ ଗଣିତ ଓ ରସାୟନ ବିଜ୍ଞାନ (ସମ୍ମାନ) ପରୀକ୍ଷା ବାତିଲ୍ ହୋଇଛି। ଏନେଇ ଆଜି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଚଏସ୍ ବେସ୍‌ଡ କ୍ରେଡିଟ୍ ସିଷ୍ଟମରେ ପରୀକ୍ଷା ଦେଉଥିବା +୩ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନିର୍ବାଯ୍ୟ କାରଣ ଯୋଗୁଁ ବାତିଲ୍ କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ଏହି ପରୀକ୍ଷା ପୁନଶ୍ଚ ହେବ। କେବେ ପରୀକ୍ଷା ହେବ ସେନେଇ କଲେଜ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ଜଣାଇବେ ବୋଲି କୁହାଯାଇଛି।

ଅପରପକ୍ଷେ ୫ମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କର ଆଜି ଗଣିତ ଓ ରସାୟନ ବିଜ୍ଞାନ (ସମ୍ମାନ) ପରୀକ୍ଷା ଥିଲା। କିନ୍ତୁ ଏଥିରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ପଡ଼ିଥିଲା। ୬ଷ୍ଠ ସେମିଷ୍ଟାର ପାଠ୍ୟକ୍ରମର ପ୍ରଶ୍ନ ୫ମ ସେମିଷ୍ଟାରରେ ପଡ଼ିଥିଲା ବୋଲି ଛା‌ତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

By amfnews

Related Post