Fri. Mar 6th, 2026

ଉଣ୍ଡ୍ରୁକୋଣ୍ଡା ଠାରେ ବିଜେଡି ପଦଯାତ୍ରା।

402 Views

ମାଲକାନଗିରି ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଞ୍ଚାଇବାକୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି।ମାଲକାନଗିରି ବିଜୁଜନତା ଦଳ ତରଫରୁ ନବୀନ ପଟ୍ଟନାୟକଙ୍କ ସଫଳତାର ଚାରଗୋଟି ସ୍ତମ୍ଭ ଯଥା ଖାଦ୍ୟ ,ଆଶ୍ରୟ ,ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କୁ ଅସ୍ତ୍ର କରି ମାନ୍ୟବର ବିଧାୟକ ତଥା ଜିଲ୍ଲା ସଭାପତି ମାନସ ମାଡକାମି ଜନସମ୍ପର୍କ ପଦଯାତ୍ରା ପଡିଆ ବ୍ଲକ ର ଉଣ୍ଡରୁକୋଣ୍ଡା ଗ୍ରାମରେ କରିଛନ୍ତି। ପଞ୍ଚାୟତ ର ସମସ୍ତ ଗ୍ରାମରେ ପଦଯାତ୍ରା ରେ ଯାଇ  ବିଜେଡି ସରକାରର ସଫଳତାର ବାର୍ତ୍ତା ପ୍ରଚାର କରିବା ସହ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯଥା – ଆମ ଗାଁ ଆମ ବିକାଶ ,ଆମ ସହର ଆମ ଉନ୍ନତି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ,ରାଜ୍ୟ ସରକାରଙ୍କ ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା ,ମହିଳା ,କୃଷକ ଓ ଛାତ୍ରଙ୍କୁ  ୧% ସୁଧରେ ଋଣ ବ୍ୟବସ୍ଥା ,ଜନ ଜାତୀଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ,ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଓ ସମ୍ପତ୍ତି ଅଧିକାର ,୪ ବର୍ଷରେ ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ , ୭ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଓ ଆମ ରାଜ୍ୟର ଅନୁକରଣୀୟ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ମାନ୍ୟବର ବିଧାୟକ ମାନସ ମାଡକାମି ଜନ ସାଧାରଣଙ୍କୁ ଅବଗତ କରାଇଛନ୍ତି ।
ଏହି ଜନସମ୍ପର୍କ ପଦଯାତ୍ରା ରେ ଜିଲ୍ଲା ବିଜେଡି ସଂଯୋଜକ ତଥା ପୂର୍ବତନ ମେୟର ରାଜେନ୍ଦ୍ର ଆଚାର୍ଯ୍ୟ , ଜିଲା ଯୁବ ସଭାପତି ନିରୋଧ ମିସ୍ତ୍ରୀ ,ଜିଲା ସମ୍ପାଦକ କାମେଶ୍ୱର ରାଓ ,ପଡିଆ ବ୍ଲକ ସଭାପତି ଗଙ୍ଗା କରାମ ,ବିଧାୟକ ପ୍ରତିନିଧି ସି.ଏଚ. ରେବିଟ , କାଲିମେଳା ବ୍ଲକ ସଭାପତି ଇ. ଭେଙ୍କେଟ ରାଓ ,ନଗର ଉପସଭାପତି ସତ୍ୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ସହ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ ,ୱାର୍ଡ ସଭ୍ୟ ଓ  ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।

By amfnews

Related Post