Thu. Dec 26th, 2024

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କଲେ ବସ୍ତିବାସୀ

rklsanchar@gmail.com' By J.N. Pradhan Aug 11, 2018 #Featured
221 Views

ରାଉରକେଲା, ୧୧/୮  : ବସ୍ତି ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ କରିବା ଦାବିରେ ରୂପଟୋଲା ବସ୍ତିବାସୀ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ବସ୍ତିଦେଇ ବ୍ରାହ୍ମଣୀ ବ୍ରିଜ୍ ଯାଉଥିବାରୁ କିଛିଦିନ ପୂର୍ବେ ସ୍ଥାନୀୟ ବସ୍ତିବାସୀଙ୍କୁ ଉଚ୍ଛେଦ ନିମେନ୍ତ ନୋଟିସ୍ କରାଯାଇଥିଲା ।

ମାତ୍ର ଏହି ବସ୍ତିବାସୀ ଦୀର୍ଘ ବର୍ଷଧରି ସେଠାରେ ରହି ଆସୁଥିବାରୁ ସେମାନଙ୍କୁ ବିନା ଥଇଥାନରେ ଉଚ୍ଛେଦ କରାଯିବା ଉଚିତ୍ ହେବନାହିଁ ବୋଲି ବିଭିନ୍ନ ବସ୍ତିବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ । ବ୍ରିଜ ନିର୍ମାଣ ହେଲେ ରୂପଟୋଲା ବସ୍ତିର ପ୍ରାୟ ଶହେରୁ ଊଦ୍ଧ୍ୱର୍ ଘର ପ୍ରଭାବିତ ହେବ । ଏଥିସହ ପ୍ରାୟ ୫ଶହରୁ ଊଦ୍ଧ୍ୱର୍ ଲୋକଙ୍କୁ ଥଇଥାନ ପାଇଁ ବସ୍ତିବାସୀ ଦାବି କରିଛନ୍ତି ।

ଏ ନେଇ ଉପଜିଲ୍ଲାପାଳ ତାଙ୍କର ତଦନ୍ତକାରୀ ଦଳଙ୍କୁ ପଠାଇ ବସ୍ତିର ସ୍ଥିତି ଅନୁଧ୍ୟାନ କରିବା ପରେ ପଦକ୍ଷେପ ନେବେ ବୋଲି ରୂପଟୋଲା ବସ୍ତିବାସୀଙ୍କୁ କହିଛନ୍ତି । ଏଥିରେ ବସ୍ତିର କମଳା ଜେନା, ସମ୍ବାରି ଭୂମିଜ, ସବିତା ସେଠୀ, ଶର୍ମା ମୁଣ୍ଡାରି, ଉପନ୍ଦ୍ରେ ଭୂମିଜ, ମମତା ଭୂମିଜ, ରବୀନ୍ଦ୍ର କୁମାର, ସୀତା ପ୍ରସାଦ, ଦୁର୍ଗୀ ସାହୁ, ରୀତାରାଣୀ ମାଇତିଙ୍କ ସହ ଶତାଧିକ ବସ୍ତିବାସୀ ଉପସ୍ଥିତ ଥିଲେ ।

Related Post