Sat. Nov 23rd, 2024

ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧିଶ ପଦ ପାଇଁ ଟ୍ରମ୍ପ ନେଲେ ଭାରତୀୟ ମହିଳାଙ୍କ ସାକ୍ଷାତକାର

By amfnews Oct 30, 2018 #Featured
111 Views

ନୂଆଦିଲ୍ଲୀ, ଅକ୍ଟୋବର ୩୦, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାସିଂଟନ ଡିସିର ସଂଘୀୟ ଅପୀଲିୟ ଅଦାଲତରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧୀଶ ପଦ ପାଇଁ  ଆମେରିକାରେ ବାସକରୁଥିବା ଏକ ଭାରତୀୟ ମହିଳାଙ୍କ ସାକ୍ଷାତକାର ନେଇଛନ୍ତି । ବ୍ରେଟ କାବନାହରେ ସ୍ଥାନରେ ଏହି ମହଳା ଜଣକ ନିଯୁକ୍ତି ହେବେ ବୋଲି ମିଡିଆରେ ଆସିଥିବା ଏକ ଖବର ଏହା ଦାବି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କାବାନାହ ଯୌନ ଉତ୍ପୀଡନ ଅଭିଯୋଗକୁ ନେଇ ନିକଟରେ ବିବାଦରେ ରହିଥିଲେ । ଏକ ସମାଚାର ୱେବ ସାଇଟ ଖବର ଦେଇଛି କି, ଡିସି ସର୍କିଟ କୋର୍ଟରେ ନ୍ୟାୟଧୀଶଙ୍କ ପଦ ପାଇଁ ନିଓମୀ ଜାହାଙ୍ଗୀର ରାଓ (୪୫)ଙ୍କ ନାମ ହ୍ୱାଇଟ ହାଉସର ପୂର୍ବ ଓକିଲ ଡନ ମେକଗେନ ସୁପାରିଶ କରିଥିଲେ । ରାଓ ବର୍ତମାନ ସୂଚନା ଏବଂ ନିୟାମକ ମାମଲା (ଇନଫରମେସନ ଆଣ୍ଡ ରେଗୁଲେଟାରି ମ୍ୟାଟର୍ସ) କାର୍ଯ୍ୟାଳୟର ପ୍ରକାଶକ ଅଛନ୍ତି ।

ମିଳିଥିବା ଖବର ଅନୁଯାୟୀ, ଏକ ୱେବସାଇଟରୁ କହିଛି କି, ଟ୍ରମ୍ପ ତାଙ୍କ ନାମରେ ଏଥିପାଇଁ ଆଗ୍ରହ ଦେଖାଉଛନ୍ତି କାରଣ ସେ କାବନାହଙ୍କ ପୁରୁଣା ପଦବୀରେ କିଛି ଅଳ୍ପସଂଖ୍ୟକ ମହିଳାଙ୍କୁ ନିଯୁକ୍ତି କରିପାରିବେ ।

By amfnews

Related Post