Thu. Jan 23rd, 2025

ଇ-ମାର୍କେଟିଂ ସମ୍ପର୍କିତ କର୍ମଶାଳା ଉଦ୍ଘାଟିତ

By amfnews Sep 13, 2018 #Featured
178 Views

ରାଉରକେଲା, ୧୩ା୯ : ସରକାରୀ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଷ୍ଟେସନାରୀ ଉପକରଣ ପାଇଁ ଏବେ ଇ-ମାର୍କେଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଏ ସମ୍ପର୍କରେ କାର୍ଯ୍ୟାଳୟଗୁଡିକୁ ସଚେତନ କରିବା ପାଇଁ ଏ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ ।

ଏହାଦ୍ୱାରା ସରକାରୀ କାର୍ଯ୍ୟାଳୟକୁ ସୁଫଳ ମିଳିବ ଓ ବିଭାଗୀୟ କର୍ମଚାରୀମାନେ ଏନେଇ ପ୍ରଶିକ୍ଷିତ ହେବା ଜରୁରୀ ବୋଲି ଶ୍ରୀମତୀ ବାନାର୍ଜୀ କହିଥିଲେ । କୋଷାଗାର ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇ ଏହି ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଇ-ମାର୍କେଟିଂ ବ୍ୟବସ୍ଥା ପରିଚାଳନା କରୁଥିବା ଜାତୀୟ ମିଶନର ବ୍ୟବସାୟିକ ସହାୟକ ଶାଶ୍ୱତ ପାତ୍ର ବ୍ୟବସ୍ଥାର ଉପଯୋଗ ଓ ସୁବିଧା ଉପରେ ଆଲୋକପାତ କରିଥିଲେ । କୋଷାଗାର ନିର୍ଦ୍ଦେଶାଳୟ ଅଧିକାରୀ ସରୋଜ ଶତପଥୀ, ରାଉରକେଲା କୋଷାଗାର ଅଧିକାରୀ, ଅଧ୍ୟକ୍ଷ ଡକ୍ଟର ଦେବେନ୍ଦ୍ର ବେହେରା ପ୍ରମୁଖ କର୍ମଶାଳାରେ ଉପସ୍ଥିତ ଥିଲେ । ରାଉରକେଲା କୋଷାଗାର ଆକାଉଣ୍ଟାଣ୍ଟ ଡି.ରାମକୃଷ୍ଣ ରାଓ ଧନ୍ୟବାଦ ଦେଇଥିଲେ । କର୍ମଶାଳାରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତଥିଲେ ।

By amfnews

Related Post