Mon. May 19th, 2025

ଇସ୍ରୋର ‘ଏସ୍‌ଏସ୍‌ଏଲ୍‌ଭି’ ରକେଟ୍‌ ଚାହିଦାକୁ ପ୍ରତିହତ କରିବାକୁ ଚୀନ୍‌ ନିର୍ମାଣ କରୁଛି ‘ସ୍ମାର୍ଟ ଡ୍ରାଗନ୍‌’ ରକେଟ୍‌

By amfnews Oct 28, 2019 #Featured
168 Views

ନୂଆଦିଲ୍ଲୀ  : ବଢ଼ିଚାଲିଥିବା ସାଟେଲାଇଟ୍‌ ଲଞ୍ଚ୍‌ ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚୀନ୍‌ କ୍ଷୁଦ୍ର ମହାକାଶଗାମୀ ରକେଟ୍‌ ନିର୍ମାଣ କରିଛି।

ଅଳ୍ପ କିଛି ଦିନ ତଳେ ଚୀନ୍‌ ଏକାଡେମି ଅଫ୍‌ ଲଞ୍ଚ୍‌ ଭେଇକ୍ଲ୍‌ ଟେକ୍ନୋଲଜିର ବାଣିଜ୍ୟିକ ଶାଖା ରକେଟ୍‌ ନିର୍ମାତା ‘ନାଇନା ରକେଟ୍‌’ କେତେଗୁଡ଼ିଏ ରକେଟ୍‌ ଉନ୍ମୋଚନ କରିଛି। ‘ସ୍ମାର୍ଟ ଡ୍ରାଗନ୍‌’ କୋଡ୍‌ ନେମ୍‌ ଥିବା ଏହି ରକେଟ୍‌ଗୁଡ଼ିକରୁ କେତେକ କଠିନ ଇନ୍ଧନ ଏବଂ ଆଉ କେତେକ ତରଳ ଇନ୍ଧନରେ ଚାଲିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ରକେଟ୍‌ଗୁଡ଼ିକରୁ କୃତ୍ରିମ ଉପଗ୍ରହଣ ଉତ୍‌ଡ଼େପଣ କରିହେବ। ଏ ବର୍ଷ ଶେଷ ସୁଦ୍ଧା ଭାରତ ମିନି-ପିଏସ୍‌ଏଲ୍‌ଭି ରକେଟ୍‌ ବା ସ୍ମଲ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ ଲଞ୍ଚ୍‌ କରିବାକୁ ଯାଉଥିବା ବେଳେ ଚୀନ୍‌ ‘ସ୍ମାର୍ଟ ଡ୍ରାଗନ୍‌’ ପ୍ରସ୍ତୁତି କରୁଛି। ଇସ୍ରୋର ଏସ୍‌ଏସ୍‌ଏଲ୍‌ଭି ଚାହିଦା ମୁତାବକ ବ୍ୟାବସାୟିକ ଉତ୍‌କ୍ଷେପଣ ନିମନ୍ତେ ହିଁ ପ୍ରସ୍ତୁତ କରାଯାଇଛି।

ସାଧାରଣ ଆକାରର ରକେଟ୍‌ ଖଞ୍ଜାଖଞ୍ଜି କରିବାକୁ ୩୦ ରୁ ୪୦ ଦିନ ଲାଗୁଥିବା ବେଳେ ଏସ୍‌ଏସ୍‌ଏଲ୍‌ଭି ୩ ରୁ ୫ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ଏହାର ମୂଲ୍ୟ ମଧ୍ୟ ମାତ୍ର ୧୫୦ କୋଟି ଟଙ୍କା।

ଚୀନ୍‌ର ସ୍ମାର୍ଟ ଡ୍ରାଗନ୍‌ ରକେଟ୍‌ ଫ୍ୟାମିଲିରେ ରହୁଛି ଏସ୍‌ଡି-୧, ଏସ୍‌ଡି-୨ ଏବଂ ଏସ୍‌ଡି-୩। ଏସ୍‌ଡି-୧ ୨୦୦ କିଲୋ ଓଜନ ବହନ କରିପାରିବ ଏବଂ ଅଗଷ୍ଟ ୧୭ ତାରିଖ ଦିନ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ଏସ୍‌ଡି-୨ ୫୦୦ କିଲୋ ଏବଂ ଏସ୍‌ଡି-୩ ୧. ୫ ଟନ୍‌ ଓଜନ ଓଜନ ବହନ କରିବ। ଏଗୁଡ଼ିକ ଯଥାକ୍ରମେ ୨୦୨୦ ଓ ୨୦୨୧ରେ ଉତ୍‌କ୍ଷେପଣ କରାଯିବ।

By amfnews

Related Post