Fri. Dec 27th, 2024

ଇସ୍ରାଏଲ ହୋଟେଲରେ କୁକର୍ମ: ୩୦ ଜଣଙ୍କ ଦ୍ୱାରା ୧୬ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର

By amfnews Aug 21, 2020 #Featured
99 Views

ତେଲଅଭିବ, ଅଗଷ୍ଟ ୨୧  : ଇସ୍ରାଏଲର ଉପକୂଳବର୍ତ୍ତୀ ସହରରେ ଦୁଷ୍କର୍ମ ଜନିିତ ଏକ ଲୋମହର୍ଷଣକାରୀ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ହୋଇଛି । ଏଠାକାର ଏକ ହେଟୋଲରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ୩୦ ଜଣ ଲୋକ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସମଗ୍ର ଇସ୍ରାଏଲ ସ୍ତମ୍ଭିଭୂତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଏହାକୁ ମାନବତା ବିରୋଧରେ ଅପରାଧ ବୋଲି କହିଛନ୍ତି । ପୋଲିସ ଏପର୍ଯ୍ୟନ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନାବାଳିକାର ଆପତ୍ତି ଜନକ ଭିଡିଓ ମଧ୍ୟ ପ୍ରସ୍ତୁତି କରିଛନ୍ତି ।

କୁହାଯାଉଛି ଯେ, ଘଟଣା ସମୟରେ ନାବାଳିକା ନିଶାସକ୍ତ ଅବସ୍ଥାରେ ଥିଲେ । ପରେ ସେ ପୋଲିସକୁ ନିଜ ସହିତ ଘଟଣା ସଂପର୍କରେ କହିଛନ୍ତି । ଜଣେ ସଂଦିଗ୍ଧ ପୋଲିସ ନିକଟରେ ଖୁଲାସା କରିଛି ଯେ, ଏହି ଘଟଣାରେ ବହୁ ସଂଖ୍ୟାରେ ଅଭିଯୁକ୍ତ ସାମିଲ ଅଛନ୍ତି । କିନ୍ତୁ ସେ କହିଛି ଯେ, ନାବାଳିକାର ସହମତିରେ ସବୁ କାମ ହୋଇଛି । ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୋଲିସ କହିଛି ଯେ, ନାବାଳିକା ହୋଟେଲରେ ଅତିଥି ନଥିଲେ । ସେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହିତ ମଦ ପିଇବା ପରେ ବାଥରୁମ ଯାଇଥିଲେ । ଏହା ପରେ ନାବାଳିକାକୁ କିଛି ଲୋକ ହୋଟେଲ କୋଠରିକୁ ନେଇଯାଇ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ଜଣେ ଅନ୍ୟକୁ ଜାଣି ନାହାନ୍ତି । ଅଭିଯୁକ୍ତମାନେ ହୋଟେଲରେ ଲାଇନ ଲଗାଇଥିଲେ ଏବଂ ଜଣକ ପରେ ଜଣେ କୁକର୍ମ କରିଥିଲେ ।

By amfnews

Related Post