161 Views
ନୂଆଦିଲ୍ଲୀ, ଅଗଷ୍ଟ ୨୭ : ଭାରତ ନିଜର ବାୟୁସେନାକୁ ଆହୁରି ଅଧିକ ଶକ୍ତିଶାଳୀ କରିବ । ଏଥି ପାଇଁ ଇସ୍ରାଏଲରୁ ୨ଟି ଫାଲକନ ଆୱାକ୍ସ ଏୟାରବସ କିଣିବ । ଏହି ସ୍ୱତନ୍ତ୍ର ବିମାନ କିଣିବା ସହ ଚୀନ ଓ ପାକିସ୍ତାନ ଉପରେ ଭାରତ ନଜର ରଖିବ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ନେଇ ବୁଝାମଣାକୁ ଖୁବ ଶୀଘ୍ର ଅନ୍ତିମ ରୂପ ଦେବାକୁ ଯାଉଛି ।
ଇସ୍ରାଏଲରୁ କିଣାଯିବା ଥିବା ୨ଟି ଆୱାକ୍ସ ସିଷ୍ଟମକୁ ଫାଲକନ ଏୟାରବସ ୱାର୍ଣ୍ଣିଙ୍ଗ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ଯୋଗାଇବ ଏହି ବୁଝାମଣାକୁ ନେଇ ଭାରତ ଓ ଇସ୍ରାଇଲ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି । ଏହି ଚୁକ୍ତି ଖୁବ ଶୀଘ୍ର ଶେଷ କରାଯିବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ଇସ୍ରାଏଲର ଫାଲକନ ଆୱାକ୍ସକୁ ରୁସ ଇଲ୍ୟୁସିନ-୭୬ ହେଭି ଲିଫ୍ଟ ଏୟାରକ୍ରାଫ୍ଟ ଉପରେ ଲଗାଯିବ । ସୂତ୍ର ଅନୁସାରେ ଏହି ବୁଝାମଣାକୁ ନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ କମିଟରେ ଚର୍ଚ୍ଚା ହୋଇଛି । ଏହାକୁ ଖୁବ ଶୀଘ୍ର କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ନିକଟରେ ଉପସ୍ଥାପନ କରାଯିବ ।