Sun. Dec 29th, 2024

ଇସ୍ପାତ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ ହରମୋହନ ମିଶ୍ର ସଭାପତି, ନୃସିଂହଚରଣ ବିଶ୍ୱାଳ ସାଧାରଣ ସମ୍ପାଦକ ନିର୍ବାଚିତ

By amfnews Sep 4, 2018 #Featured
165 Views

ରାଉରକେଲା, ୪ା୯ : ଇସ୍ପାତ ସାହିତ୍ୟ ସଂସଦର କର୍ମକର୍ତ୍ତା ନିର୍ବାଚନ ଇତିମଧ୍ୟରେ ସେକ୍ଟର-୭ ସ୍ଥିତ ସଂସଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଗ୍ରଣୀ ସାହିତ୍ୟାନୁଷ୍ଠାନରେ କର୍ମକର୍ତ୍ତାମାନଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ବଳବତ୍ତର ରହିବ ବୋଲି ନବନିର୍ବାଚିତ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି । ସଭାପତି ଭାବରେ ହରମୋହନ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବରେ ବ୍ରଜେନ୍ଦ୍ର ଦାଶ, ଉପସଭାପତି ଭାବରେ ମଞ୍ଜୁଳା କୁମାରୀ ରଥ ନିର୍ବାଚିତ ହୋଇଛନ୍ତି ।

ସାଧାରଣ ସମ୍ପାଦକ ଭାବେ ନୃସିଂହ ଚରଣ ବିଶ୍ୱାଳ, ସହସାଧାରଣ ସମ୍ପାଦକ ଭାବେ ଗୌତମ ଦାଶ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଉପେନ୍ଦ୍ର ବସ୍ତିଆ ନିର୍ବାଚିତ ହୋଇଥିବା ଜଣାପଡିଛି । ଚାରି ଜଣ ସମ୍ପାଦକ ଭାବେ ଖଗେନ୍ଦ୍ର ବେହେରା, ଉର୍ବଶୀ ଦାଶ, ପ୍ରକାଶ ଚନ୍ଦ୍ର ସେଠୀ ଏବଂ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ନର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା ଭାବେ ନିତ୍ୟାନନ୍ଦ ନାୟକ, ତ୍ରିଲୋଚନ ମଥାନ, ଦୀପ୍ତି ମହାନ୍ତି, ରଶ୍ମିବାଳା ରାଉତରାୟ, ରଶ୍ମିତ ସାହାଣୀ, ଜୟଶ୍ରୀ ମହାନ୍ତି ଏବଂ ଅକ୍ଷୟ କୁମାର ଜେନା ସ୍ଥାନ ପାଇଛନ୍ତି ।

ଠିକ୍ ସେହିଭଳି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ/ସଦସ୍ୟା ଭାବେ ଡଲିରାଣୀ ବ୍ରହ୍ମା, ଶିବ ପ୍ରସାଦ ବେହେରା, ସୁବ୍ରତା ପତି, ସସ୍ମିତା ମହାପାତ୍ର, ବିକ୍ରମ ଆଚାର୍ଯ୍ୟ ଏବଂ କିଶୋରୀ ମୋହନ କର ସ୍ଥାନ ପାଇଥିବା ବେଳେ କବି ବ୍ରଜବିହାରୀ ଦାଶ ଆଭ୍ୟନ୍ତରୀଣ ନିରୀକ୍ଷକ ଭାବେ ମନୋନୀତ ହୋଇଛନ୍ତି । ସଂସଦ ଉପଦେଷ୍ଟା ମଣ୍ଡଳୀରେ ବିଧାୟକ ସୁବ୍ରତ ତରାଇ ଏବଂ ପୂର୍ବତନ ସଭାପତି ବିଦ୍ୟାଧର ବାରିକ ରହିଥିବା ବେଳେ ଆଇନ୍ଜୀବୀ ଶୈଳେନ୍ଦ୍ର ମହାନ୍ତି ଏବଂ ସି.ଏ. ରାଜକିଶୋର ସାହୁ ସ୍ଥାନୀତ ହୋଇଛନ୍ତି । ଚଳିତ ମାସ ୯ ତାରିଖରେ ହେବାକୁ ଥିବା ନାରୀ କବି ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି ଏବଂ ନୂତନ ତାରିଖ ନବନିର୍ବାଚିତ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକରେ ସ୍ଥିରୀକୃତ କରାଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ଜଣାଇଛନ୍ତି ।

By amfnews

Related Post