Mon. Jan 6th, 2025

ଇସ୍ପାତ ସହରରେ ନେହରୁ ଜୟନ୍ତୀ ଓ ଶିଶୁ ଦିବସ

By amfnews Nov 15, 2018 #Featured
162 Views

ରାଉରକେଲା, ୧୫ା୧୧ : କଂଗ୍ରେସ : କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନା, ପାରଦ୍ୱୀପ ବନ୍ଦର ଓଡ଼ିଶା ପାଇଁ ତାଙ୍କର ଅବଦାନ ବୋଲି ବିଭିନ୍ନ ବକ୍ତାମାନେ ମତ ପୋଷଣ କରିଥିଲେ । ପରେ ଦଳର କର୍ମକର୍ତ୍ତାମାନେ ନେହେରୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଏସ ସି ପାଣି, ଭାସ୍କର ଖିଲାର, ସନ୍ତୋଷ ତନ୍ତୀ, ଆଶିଷ ଲାକାରା, ସେବାଦଳର ବିନୋଦ ରାଉତ ଓ ଯୁବ କଂଗ୍ରେସ ପ୍ରଦୀପ ବେହେରା, ବ୍ଲକ କଂଗ୍ରେସ ସଭାପତି ଦୋସା ନାଏକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ଲତା ନାଏକ, ବାସୁ ବାନାର୍ଜୀ, ଗଜେନ୍ଦ୍ର ତନ୍ତୀ, ଡେଭିଡ ରାଓ, ଭବାନୀ ପ୍ରସାଦ, ରଜନୀ ଡାକୁଆ, ଗୀତା ସିଂ, ଆରତୀ ବେହେରା, ବିଜ୍ଞାନ ପାଢ଼ୀ, ଆରତୀ ଲୋହାର ପରିଚାଳାନାରେ ସହଯୋଗ କରିଥିଲେ ।ସେହିପରି ସହରରେ ବିଭନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଗୋଲଘର ସ୍ଥିତ ବିଶ୍ୱଭାରତୀ ବିଦ୍ୟାମନ୍ଦିରରେ ଶିଶୁ ଦିବସରେ ପ୍ରଧାନଶିକ୍ଷକ ସୁକାନ୍ତ ପାଣ୍ଡୁଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ରମେଶ ବଳ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ସ୍କୁଲର ପ୍ରତିଷ୍ଠାତା ନରସିଂହ ସାହୁ ଶିଶୁ ମାନଙ୍କୁ ପରିଶ୍ରମ କରିବା ଲାଗି ପରାମର୍ଶ ଦେଇଥିଲେ । ଏହି ଅବସରରେ ଶିକ୍ଷକ ସଞ୍ଜିବ ପାଢ଼ୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେହିପରି ଜଗଦା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ବୈଷ୍ଣବ ଚରଣ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ନୂତନ ଦିଗ ଦର୍ଶନ କରିଥିଲେ । ବାସନ୍ତୀ କଲୋନୀ ସ୍ଥିତ ଡା. ଏନଏନ ଖୋସଲା ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ମହୋତ୍ସବ ‘ରେସପ୍ଲେନଡେନ୍ସିଆ ଜାମ୍ବୋରୀ-୨୦୧୮’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଉଦ୍ଯାପନୀ ଉତ୍ସବରେ ରାଉରକେଲା ସରକାରୀ କଲେଜ ଅଧ୍ୟକ୍ଷ ଡ. ଦେବେନ୍ଦ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ଏହି ମହୋତ୍ସବରେ ମୋଟ୍ ୨୩ଟି ପ୍ରତିଯୋଗିତାରେ ସ୍କୁଲର ୧୧୫୭ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଛାତ୍ରୀ ସୋନମ ଓ କୀର୍ତ୍ତୀ ପ୍ରଜ୍ଞା ପଣ୍ଡା ନେହେରୁଙ୍କ ଜୀବନୀ ଓ ଆଦର୍ଶ ଉପରେ ନିଜ ନିଜର ମତ ରଖିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ବରିଷ୍ଠ ସଭ୍ୟ ଏସ୍କେ ଯୋଶୀ, ରାଜେଶ ମାଲହୋତ୍ରା, ମାନସୀ ପ୍ରଧାନ, ଜଶବିନ୍ଦର କୌର, ଭୁବନାନନ୍ଦ ଦାଶ, ଅରବିନ୍ଦ ପାତ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

By amfnews

Related Post