Sat. Mar 7th, 2026

ଇସ୍ପାତ ଶ୍ରମିକଙ୍କ ବୋନସ ଓ ଏକ୍ସଗ୍ରାସିଆ ଚୁକ୍ତିନାମା ଦିଲ୍ଲୀଠାରେ ସ୍ୱାକ୍ଷରିତ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି କର୍ତ୍ତୃପକ୍ଷଙ୍କ ଅଣଦେଖା

239 Views

ରାଉରକେଲା, ୫ା୧୦ () : ଦିଲ୍ଲୀ ଠାରେ ଇସ୍ପାତ ଶ୍ରମିକମାନଙ୍କ ବୋନସ୍ ରାଜିନାମା ପାଇଁ ବୈଠକ ଅନୁଷ୍ଠିତ ହୋଇ ଇସ୍ପାତ କାରଖାନା ପାଇଁ ୧୩ ହଜାର ଟଙ୍କା, ଛୋଟ କାରଖାନା ପାଇଁ ୧୧ ହଜାର ଟଙ୍କା, ଟ୍ରେନିଂମାନଙ୍କ ପାଇଁ ମଧ୍ୟ ୧୧ ହଜାର ଟଙ୍କା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଇସ୍ପାତ ଶ୍ରମିକମାନଙ୍କ ଉତ୍ପାଦନ ଓ ଉତ୍ପାଦକତା ଦୃଷ୍ଟିରୁ ଏହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଇସ୍ପାତ ଶିଳ୍ପରେ ବିଗତ ଦିନରେ କ୍ଷତି ପାଇଁ ସରକାରଙ୍କ ନୀତି ଓ ଉପର ସ୍ତର ଦୁର୍ନୀତିରେ ସମ୍ପୂର୍ଣ୍ଣ ଭାବେ ଦାୟୀ । କିନ୍ତୁ ଏଥିପାଇଁ ଶ୍ରମିକମାନଙ୍କୁ ଦଣ୍ଡିତ କରାଯିବା ଏକ ଶ୍ରମିକ ବିରୋଧି ସରକାରୀ ଷଡଯନ୍ତ୍ର । ଇସ୍ପାତ ଶିଳ୍ପରେ ଶ୍ରମିକମାନଙ୍କ ମଧ୍ୟରେ ଏକତାର ଘୋର ଅଭାବ ଏବଂ ଦୁର୍ବଳ ଶ୍ରମିକ ଆନ୍ଦୋଳନର ସୁଯୋଗ ନେଇ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ôଚତ କରିଚାଲିଛନ୍ତି । ଶ୍ରମିକମାନଙ୍କୁ ଆଜି ଦିନରେ ବୋନସ୍ ଓ ଏକ୍ସଗ୍ରାସିଆ ଆଗାମୀ ବର୍ଷ ପାଇଁ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ସେଲ୍ ଲାଭାର୍ଜନ କରିଛି । କିନ୍ତୁ ଶ୍ରମିକମାନଙ୍କୁ ବୋନସ ସେହି ଅନୁପାତରେ ପ୍ରଦାନ କରାଯାଉ ନାହିଁ । ଏଥିପାଇଁ ଶ୍ରମିକ ସଙ୍ଗଠନମାନେ ଯେଉଁଭଳି ପ୍ରଚେଷ୍ଟା କରି ସରକାରଙ୍କୁ ପ୍ରଭାବିତ କରି ନୂତନ ନୀତି ନିର୍ଦ୍ଧାରଣ କରିବା କଥା ତାହା ହୋଇନପାରିବାରୁ ଇସ୍ପାତ ଶ୍ରମିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଯେଉଁମାନେ ଆଗରୁ ମନ୍ତ୍ରୀ, ସରକାର ତାଙ୍କର ଏବଂ ମନ୍ତ୍ରୀଙ୍କୁ କହି ଇସ୍ପାତ ଶ୍ରମିକମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିଦେବୁ ବୋଲି କହୁଥିଲେ ସେମାନେ ଇସ୍ପାତ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ବେଳେ ଚୁପ୍ ହୋଇ ବସିଛନ୍ତି । ଆଜିର ବୈଠକରେ ଅନ୍ୟ ୟୁନିୟନର ପ୍ରତିନିଧିମାନଙ୍କ ସହ ସିଆଇଟିୟୁ ପକ୍ଷରୁ ପି.କେ. ଦାଶ ଏବଂ ଦୁର୍ଗାପୁର ସ୍ୱୀକୃତିପ୍ରାପ୍ତ ସିଆଇଟିୟୁ ପକ୍ଷରୁ ବିଶ୍ୱରୂପ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦନରେ ଏନ୍ଜେସିଏସ୍ ତଥା ପେନ୍ସନ ପାଇଁ ଶ୍ରମିକ ଶ୍ରେଣୀ ଆନ୍ଦୋଳନ କରିବା ସହ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ସଠିକ୍ ଚାପ ପ୍ରୟୋଗ ପାଇଁ ଏକଜୁଟ ହେବାକୁ ସିଆଇଟିୟୁ ସାଧାରଣ ସମ୍ପାଦକ ବସନ୍ତ ନାୟକ ଅନୁରୋଧ କରିଛନ୍ତି ।

By amfnews

Related Post