Sat. Nov 23rd, 2024

ଇସ୍ପାତ ଶ୍ରମିକଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କରିବା ପାଇଁ ସିଆଇଟିୟୁର ଦାବି । ନିର୍ଦ୍ଧାରିତ ଚୁକ୍ତି ଅନୁସାରେ ପେନ୍ସନ୍ ଲାଗୁ କର: ବିଷ୍ଣୁ ମହାନ୍ତି

rklsanchar@gmail.com' By J.N. Pradhan Jul 20, 2018 #Featured
162 Views

ରାଉରକେଲା, ୨୦/୭ : ଭାରତ ସରକାରଙ୍କ ଅଧିନରେ ଥିବା ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମହାରତ୍ନ କମ୍ପାନୀ ସେଲର ବିଭିନ୍ନ ୟୁନିଟରେ କାର୍ଯ୍ୟକରୁଥିବ ପ୍ରାୟ ୮୦ ହଜାର ସ୍ଥାୟୀ ଏବଂ ୧ଲକ୍ଷ ୨୦ ହଜାର ଠିକା ଶ୍ରମିକମାନଙ୍କୁ ମିଶାଇ କାର୍ଯ୍ୟକରୁଥିବା ମୋଟ ୨ ଲକ୍ଷ ଶ୍ରମିକ ମାନଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କରିବା ପାଇଁ ସିଆଇଟିୟୁରେ ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ଦାବି କରିଛନ୍ତି ।

ଆଜି ଏ ସମ୍ବନ୍ଧରେ ଶ୍ରମିକ ଭବନରେ ଅ।।ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମହାନ୍ତି କହିଥିଲେ କି ପୂର୍ବରୁ ହୋଇଥିବା ୫ ବର୍ଷିଆ ଚୁକ୍ତିର ଅବଧି ଗତ ୩୧ ।୧୨ ।୨୦୧୬ ରୁ ସରିଯାଇଥିବା ମଧ୍ୟ ଆଜକୁ ୧୯ ମାସ ବିତିଯାଇଥିଲେ ସତ୍ତେ୍ୱ ସେଲ କର୍ତ୍ତୃପକ୍ଷ ନୂତନ ମଜୁରୀ ଚୁକ୍ତିନାମ କରିୁନାହାଁନ୍ତି ଏଥିପାଇଁ ଗତ ୧୭ ।୭ ।୧୮ରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା । ଏନ୍ଜେସିଏସ୍ ବୈଠକରେ ହୋଇଥିବା ଆଲୋଚନା ସମ୍ବନ୍ଧରେ ଉଲ୍ଳେଖ କରି ଶ୍ରୀ ମହାନ୍ତି କହିଥିଲେ କି ପୂର୍ବ ଚୁକ୍ତି ଅନୁସାରେ ୧ ।୧ ।୨୦୧୨ରୁ ପେନ୍ସନ୍ ସ୍କିମ୍ ଲାଗୁ କରିବାକୁ ଥିବାବେଳେ ଏହାକୁ ନେଇ ଏନ୍ଜେସିଏସ୍ର ବର୍ତ୍ତମାନ ସଦସ୍ୟ ବିଏନ୍ଏସ୍ ଅପରିଣାମ ଦର୍ଶିତା ତଥା ଇସ୍ପାତ ମନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ବୈଠକରେ କୌଣସ ପ୍ରକାରର ନିଷ୍ପତ୍ତି ହୋଇପାରିନଥିଲା ।

ସେଲର ଉତ୍ପାଦନ ବଢ଼ିଥିବା ବେଳେ ପରିଚାଳନାଗତ ତ୍ରୁଟି ଯୋଗୁଁ ହେଉଥିବା କ୍ଷତିକୁ ଲୁଚାଇବାକୁ ମନ୍ତ୍ରୀ ତଥା ସେଲ କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ସ୍ୱାର୍ଥକୁ ଜଳାଞ୍ଚଳି ଦେବା ପାଇଁ କହିଥିବା ଷଡଯନ୍ତ୍ରର ଶିକାର ହୋଇଛନ୍ତି ଇସ୍ପାତ୍ ଶମ୍ରିକମାନେ ବୋଲି ଶ୍ରୀ ମହାନ୍ତି କହିଥିଲେ । ଆସନ୍ତା ୨ ମାସ ମଧ୍ୟରେ ଇସ୍ପାତ ଶିଲ୍ପରେ କାର୍ଯ୍ୟରତ ସ୍ଥାୟୀ ଓ ଠିକାଶ୍ରମିକମାନଙ୍କ ନୂତନ ମଜୁରୀ ଚୁକ୍ତିନାମ ଏବଂ ପେନ୍ସନ୍ ଯୋଜନାକୁ କାର୍ଯ୍ୟକାରୀ ନକଲେ ସିଆଇଟିୟୁ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିବା ସହିତ ଏହି ଆନ୍ଦୋଳନରେ ସମସ୍ତ ଶ୍ରମିକ ସଂଗଠନ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ, ଏସ୍ଡବ୍ଲ୍ୟୁଏସ୍ଆଇ ରାଉରକେଲା କଣ୍ଟ୍ରାକ୍ଟର ୱାର୍କରସ ୟୁନିୟନ ପକ୍ଷରୁ ଜାହାଙ୍ଗିର ଅଲ୍ଳୀ. ବନମାଳି ଧୂପାଳ ବିମାନ ମାଇତି, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ରାଜକିଶୋର ପ୍ରଧାନଙ୍କ ସମେତ ବହୁ ଶ୍ରମିକନେତା ମାନେ ଉପସ୍ଥିତ ଥିଲେ ।

Related Post