Tue. Mar 10th, 2026

ଇସ୍ପାତ ଶିଳ୍ପରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକଙ୍କୁ ସମ୍ମାନଜନକ ବୋନସ ପ୍ରଦାନ ଦାବିରେ ବିକ୍ଷୋଭ

228 Views

ରାଉରକେଲା, ୨୦ା୯ : ଚଳିତ ମାସ ୨୧ ତାରିଖ ଦିନ ସେଲ୍ ଅଧିନସ୍ଥ ସମସ୍ତ ଇସ୍ପାତ କାରଖାନା, ଖଣିଖାଦାନ, ଅଫିସ୍ ଦପ୍ତରରେ ଇସ୍ପାତ ଶିଳ୍ପରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକମାନଙ୍କୁ ବୋନସ ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଉରକେଲାର ବିଶ୍ରା ଛକଠାରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ସ୍ଥାୟୀ ଓ ଠିକା ଶ୍ରମିକମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । କ୍ଷତିର ଆଳରେ ୨ ବର୍ଷ ହେଲା ଶ୍ରମିକମାନଙ୍କୁ ବୋନସ୍ ଭାବରେ ମାନପତ୍ର ଏକ୍ସଗ୍ରାସିଆ ପ୍ରଦାନ କରାଯାଉଛି । ଏଥର ପରିସ୍ଥିତି ବଦଳିଛି । ରାଉରକେଲା ଇସ୍ପାତ ଶ୍ରମିକମାନେ ଲାଭାର୍ଜନ କରିଛନ୍ତି ।

ତେଣୁ ଇସ୍ପାତ କର୍ତ୍ତୃପକ୍ଷ ପୂଜା ପୂର୍ବରୁ ଏନ୍ଜେସିଏସ୍ ବୈଠକ ଡକାଇ ଶ୍ରମିକମାନଙ୍କ ବୋନସ ଫଇସଲା କରିବା ଦରକାର । ଏଥିପାଇଁ ସିଆଇଟିୟୁର ସର୍ବଭାରତୀୟ ସାଧାରଣ ସମ୍ପାଦକ ତପନ ସେନ ଏବଂ ଷ୍ଟିଲ୍ ୱାର୍କର୍ସ ଫେଡେରେସନ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ପି.କେ. ଦାସ ସେଲ୍ ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ପର୍ସନାଲଙ୍କୁ ଚିଠି ଲେଖି ତୁରନ୍ତ ଏନ୍ଜେସିଏସ୍ ବୈଠକ ଡାକିବା ପାଇଁ ଅନୁରୋଧ କରିଛନ୍ତି ।

ରାଉରକେଲାର ଶ୍ରମିକମାନଙ୍କୁ କୋଲ୍ ନାଲ୍କୋ ସେଲ୍ର ଉଦାହରଣ ଦେଇ ମନ୍ତ୍ରୀଙ୍କୁ କହି ଇସ୍ପାତ ଶ୍ରମିକମାନଙ୍କ ସବୁ ସମସ୍ୟାର ସମାଧାନ କରିବା କଥା କହୁଥିବା ୟୁନିୟନ ବୋନସ୍ ଉପରେ ଚୁପ୍ କାହିଁକି? ପିଏଫ୍ ଉପରେ ୦.୩% ଅଧିକ ସୁଧ ପ୍ରଦାନ କରି ସମସ୍ତ ଟ୍ରଷ୍ଟ ବୋର୍ଡରେ ଏହା ସର୍ବାଧିକ ବୋଲି ଦାବି କରିବା ହାସ୍ୟାସ୍ପଦ । ବହୁ ଏକ୍ସମ୍ପେଟେଡ ଟ୍ରଷ୍ଟ ବୋର୍ଡ ଏହା ଊଣା ଅଧିକେ ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଇସ୍ପାତ ଶ୍ରମିକମାନଙ୍କୁ ମଜୁରୀ ନିର୍ଦ୍ଧାରଣ ପାଇଁ ବୈଠକ ଡାକୁ ନାହାନ୍ତି ।

ବୈଠକ ତୁରନ୍ତ ଡକାଇ ମଜୁରୀ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ସହ କ୍ଷତି ପାଇଁ ଶ୍ରମିକମାନେ ଦାୟୀ ନୁହଁନ୍ତି । ତେଣୁ ମଜୁରୀ ବୃଦ୍ଧି ପାଇଁ କ୍ଷତି ଆଳରେ ଶ୍ରମିକମାନଙ୍କୁ ଦାୟୀ କରିବା ଅନୁଚିତ୍ । ସାଧାରଣ ସମ୍ପାଦକ ବସନ୍ତ ନାୟକ ବିକ୍ଷୋଭରେ ବହୁ ସଂଖ୍ୟାରେ ଯୋଗଦେଇ ବିକ୍ଷୋଭକୁ ସଫଳ କରିବା ସହ ନିଜର ନ୍ୟାର୍ଯ୍ୟପ୍ରାପ୍ୟ ପାଇଁ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିବାକୁ ଅନୁରୋଧ କରିଛନ୍ତି ।

By amfnews

Related Post