Sun. Feb 2nd, 2025

ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର-୨୦ର ବିଦ୍ୟାର୍ଥୀଙ୍କ ଏନଟିଏସଇ ମେଧାବୃତ୍ତି-୨୦୧୮ ଲାଭ

By amfnews Oct 12, 2018 #Featured
218 Views

ରାଉରକେଲା : ଆରଏସପିର ଏମଏମ ବିଭାଗରେ ଷ୍ଟୋର କିପର ରୂପେ କାର୍ଯ୍ୟରତ ଅକ୍ଷୟ କୁମାର ସେଠୀ ଓ ମେଘମାଳା ସେଠୀଙ୍କ ସୁପୁତ୍ର ଅମୀୟ ରଞ୍ଜନ ସେଠି ଏବଂ ପୁଷ୍ପାଞ୍ଜଳି ମହାପାତ୍ର ଏବଂ ସିଆରଏମ ବିଭାଗରେ ସିନିୟର ଟେକନିସିଆନ ରୂପେ କାର୍ଯ୍ୟରତ ଗୋପୀନାଥ ମହାପାତ୍ରଙ୍କ ସୁପୁତ୍ରୀ ସୁଶ୍ରୀ ସାବିତ୍ରୀ ମହାପାତ୍ର ସମ୍ମାନଜନକ ଜାତୀୟ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତି-୨୦୧୮ରେ କୃତିତ୍ୱ ହାସଲ କରି ଇସ୍ପାତ ସହର ପାଇଁ ଗୌରବ ଆଣିଦେଇଛନ୍ତି । ଏହି ବିଦ୍ୟାର୍ଥୀ ଦ୍ୱୟ ଏନସିଇଆରଟି ନୂଆଦିଲ୍ଲୀ ଠାରୁ ଯୁକ୍ତ ଦୁଇରେ ମାସିକ ୧୨୫୦ ଟଙ୍କା ଏବଂ ସ୍ନାତକ ଡିଗ୍ରୀରେ ମାସିକ ୨୦୦୦ ଟଙ୍କାର ମେଧାବୃତ୍ତି ଲାଭ କରିବେ ।

ସୂଚନାଯୋଗ୍ୟ ଯେ, ସାବିତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀରେ ୯୮.୩୩% ମାର୍କ ସହିତ ସ୍କୁଲରେ ସର୍ବୋଚ୍ଚ ନମ୍ବର ହାସଲ କରିଥିଲେ । ଭବିଷ୍ୟତରେ ବୈଜ୍ଞାନିକ ହେବା ନିମନ୍ତେ ଲକ୍ଷ୍ୟ ରଖିଥିବା ସାବିତ୍ରୀ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର-୨୦ରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବାବେଳେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଥିବା ଅମିୟ ରଞ୍ଜନ ବର୍ତ୍ତମାନ ରାଜସ୍ଥାନର କୋଟା ଠାରେ ଯୁକ୍ତ ଦୁଇ ପଢୁଛନ୍ତି ।

By amfnews

Related Post