Sun. Mar 8th, 2026

ଇରାନରୁ ଫେରିଲେ ୫୮ ଭାରତୀୟ ତୀର୍ଥଯାତ୍ରୀ

258 Views

ତେହରାନ୍‌ : ଇରାନ୍‌ ଗସ୍ତରେ ଥିବା ୫୮ ତୀର୍ଥଯାତ୍ରୀ ଶେଷରେ ଭାରତ ଫେରିପାରିଛନ୍ତି। ଏହି ଦେଶରେ କୋଭିଡ୍‌୧୯ ବା କରୋନା ଭୟଙ୍କର ରୂପ ନେଇଥିବାରୁ ଏମାନଙ୍କ ଫେରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ସେମାନେ ସି-୧୭ ମିଲିଟାରୀ ଏୟାରକ୍ରାଫ୍ଟରେ ଫେରୁଛନ୍ତି। ଏହା ପ୍ରଥମ ବ୍ୟାଚ୍‌। ଭାରତ ପୁଣି ବିମାନ ପଠାଇବ ବୋଲି ଜଣାପଡ଼ିଛି।

ଏହି ତୀର୍ଥଯାତ୍ରୀମାନେ ଗାଜିଆବାଦର ହିନ୍ଦୋନ୍‌ ବାୟୁ ସେନା ବିମାନ ବନ୍ଦରଠାରେ ଓହ୍ଲାଇବେ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ସେ କହିଛନ୍ତି, ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏବଂ ସେଠାରେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ମେଡିକାଲ ଟିମ୍‌କୁ ଧନ୍ୟବାଦ।
ଏହା ପୂର୍ବରୁ ଇରାନରେ ଏହି ଭାରତୀୟଙ୍କର ସ୍କ୍ରିନିଂ କରାଯାଇଥିଲା। ଇରାନ କର୍ତ୍ତୃପକ୍ଷଙ୍କ ସହ ଦୂତାବାସ ପକ୍ଷରୁ ଆଲୋଚନା କରାଯାଇଥିଲା। ଏହା ଗୁରୁତ୍ୱପୂର୍ଣ୍ଣ କାମ ବୋଲି ଜୟଶଙ୍କର କହିଥିଲେ। କରୋନା ଇରାନରେ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟ ବସବାସ କରନ୍ତି। ଏଠାରେ ଭୟଙ୍କର ରୂପ ନେଇଥିବାରୁ ଭାରତ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ।

By amfnews

Related Post