Sat. Mar 7th, 2026

ଇନ୍ଦିରା ଗାନ୍ଧୀଙ୍କ ମହାପ୍ରାୟାଣ ଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋନିଆ ଏବଂ ରାହୁଳ ଗାନ୍ଧୀ

233 Views

ନୂଆଦିଲ୍ଲୀ: ଗୁରୁବାର ଦିନ ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ମହାପ୍ରାୟାଣ ଦିବସରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି।
କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଦଳର ଅନ୍ୟ କେତେକ ନେତା ନୂଆଦିଲ୍ଲୀସ୍ଥିତ ଇନ୍ଦିରାଙ୍କ ସ୍ମାରକୀ ଶକ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଦଳର ସାଂସଦ ଏବଂ ବହୁ କର୍ମୀ ଶକ୍ତି ସ୍ଥଳ ଠାରେ ଏହି ଅବସରରେ ଏକତ୍ର ହୋଇଥିଲେ।

ରାହୁଳ ଗାନ୍ଧୀ ମଧ୍ୟ ତାଙ୍କ ଜେଜିମା ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ମୋ ଜେଜିମା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଜିଙ୍କ ସହିଦ ଦିବସରେ ମୋର ଶ୍ରଦ୍ଧାଞ୍ଚଳି।

ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୯୭୧ ମସିହା ଯୁଦ୍ଧ ସମୟରେ ତାଙ୍କ ନେତୃତ୍ୱକୁ ତାରିଫ କରିଛନ୍ତି।
ସେ ଟୁଇଟ୍‌ କରିଛନ୍ତି: ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଜିଙ୍କୁ ଶ୍ରଦ୍ଧାଞ୍ଜଳି। ଦେଶ ପ୍ରତି ତାଙ୍କର ବିପୁଳ ଅବଦାନକୁ ଆମେ ସ୍ମରଣ କରୁଛୁ ଓ ୧୯୭୧ ମସିହା ଯୁଦ୍ଧ ସମୟରେ ତାଙ୍କ ନେତୃତ୍ୱକୁ ମଧ୍ୟ।

ଦୁଇ ଥର ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଜାନୁଆରି ୧୯୬୬ ରୁ ମାର୍ଚ ୧୯୭୭ ଏବଂ ପୁଣି ଜାନୁଆରୀ ୧୯୮୦ରୁ ଅକ୍ଟୋବର ୩୧, ୧୯୮୪ ମସିହାଯାଏଁ। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ଅକବର ରୋଡ୍‌ସ୍ଥିତ ତାଙ୍କ ସରକାରୀ ବାସଭବନରେ ନିଜ ଅଙ୍ଗରକ୍ଷୀଙ୍କ ଦ୍ୱାରା ସେ ନିହତ ହୋଇଥିଲେ।

By amfnews

Related Post