Mon. Dec 23rd, 2024

ଇଦ-ଉଲ-ଜୁହାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡ, ନମାଜ ପଢି ଫେରୁଥିବା ସମୟରେ ପୁଲିସକର୍ମୀଙ୍କୁ ହତ୍ୟା

By amfnews Aug 22, 2018
166 Views

କୁଲଗାମ, ଅଗଷ୍ଟ ୨୨

 ଇଦ-ଉଲ-ଜୁହା ଅବସରରେ ଆଜି ସକାଳେ ଜାମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଜଣେ  ପୁଲିସ ପ୍ରଶିକ୍ଷାର୍ଥୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୁରକ୍ଷାକର୍ମୀଜଣକ କୁଲଗାମର ଅବଗାମ ଗାଁର ମସଜିଦରୁ ନମାଜ ପଢି ଫେରୁଥିଲେ । ସୁରକ୍ଷାକର୍ମୀଙ୍କ ନାମ ଫୟାଜ ଅହମଦ ବୋଲି ଜଣା ପଡିଛି ।

ସେ ସ୍ପେସିଆଲ ପୁଲିସ ଅଫିସର ଭାବେ କାର୍ଯ୍ୟରତ ଥିଲେ । ତାଙ୍କୁ ପ୍ରମୋଶନ ମିଳିଥିଲା ଏବଂ ସେ ବହୁତଶୀଘ୍ର କନେଷ୍ଟବଳ ପଦବୀରେ ନିୟୋଜିତ ହେବାକୁ ଯାଉଥିଲେ । ଏହି ଆକ୍ରମଣ ପଛରେ ହିଜବୁଲ ମୁଜ୍ଜାଉଦ୍ଦୀନର ହାତ ଥିବା ପୁଲିସ ସନ୍ଦେହ କରୁଛି ।

ଫୟାଜ କିଛି ଦିନ ପାଇଁ ଛୁଟିରେ ଥିଲେ । ଗୁଳି ମାଡ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରା ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କିଛି ସମୟ ପରେ ତାଙ୍କର ଶେଷଯାତ୍ରା ଆରମ୍ଭ କରାଯାଇଥିଲ । ଏଥିରେ ବହୁ ସଂଖ୍ୟାରେ ସାଧାରଣ ଜନତା  ସାମିଲ ହୋଇଥିଲେ ।

By amfnews

Related Post