Thu. Mar 20th, 2025

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରସମେତ ୬ଟି ଜାଗାରେ ଭିଜିଲାନ୍ସ ଚଢାଉ

By amfnews Nov 16, 2019 #Featured
154 Views

ବରଗଡ଼  :  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ପୁଣି ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବରଗଡ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭୁବନେଶ୍ବରର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି।
ଆଜି ବରଗଡ଼ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କଙ୍କ ବରଗଡ଼ର ଗଙ୍ଗାଧର ନଗରରେ ଥିବା ଭଡ଼ା ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ଯାଜପୁରରେ ଥିବା ପୈତୃକ ଘରେ ବି ଚଢାଉ ଚାଲିଛି। ଏହାଛଡ଼ା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ଭୁବନେଶ୍ଵର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଖାଲି ସେତିକି ନୁହେଁ ଯନ୍ତ୍ରୀଙ୍କ ବରଗଡ ଉଠା ଜଳସେଚନ ବିଭାଗର କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି।

Image result for vigilance
ତେବେ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତ ଏବେ ବରଗଡ଼ ନାହାନ୍ତି ଏବଂ ସେ ଯାଜପୁରରେ ଥିବା କୁହାଯାଉଛି। ସେ ପ୍ରାୟ ଦୁଇ ବର୍ଷ ହେଲା ବରଗଡ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଭାବେ କାମ କରୁଥିବା ଜଣାଯାଇଛି।

By amfnews

Related Post