Mon. Jan 13th, 2025

ଆହୁରି ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର

By amfnews Nov 22, 2018 #Featured
152 Views

ନୂଆଦିଲ୍ଲୀ, ନଭେମ୍ବର ୨୨  : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ବ୍ୟାରେଲ ପ୍ରତି ୬୩ ଡଲାରରୁ କମ ହୋଇଥିବାରୁ ଦେଶରେ ତେଲ ଦର ଆହୁରି କମିପାରେ ବୋଲି ଅନୁମାନ କରାଯାଉଛି । ଅକ୍ଟୋବରରେ ଅଶୋଧିତ ତୈଲଦର ବ୍ୟାରେଲ ପ୍ରତି ୮୬ ଡଲାର ଥିଲା । ବିଗତ ୪ ବର୍ଷ ମଧ୍ୟରେ ଏହା ଥିଲା ସର୍ବୋଚ୍ଚ ଦର । ବହୁଦିନ ପର୍ଯ୍ୟନ୍ତ ଦୁର୍ବଳ ପରିସ୍ଥିତି ଦେଇ ଗତି କରୁଥିବା ଭାରତୀୟ ମୁଦ୍ରା ପୂର୍ବ ତୁଳନାରେ ଭଲ ସ୍ଥିତିରେ ପହଞ୍ଚିଛି ।

ନଭେମ୍ବରରେ ଜରୁରୀକାଳୀନ ବଜାରର ମୁଦ୍ରାରେ ଭାରତୀୟ ଟଙ୍କାର ପ୍ରଦର୍ଶନ ଭଲ ଥିଲା । ଡଲାର ତୁଲନାରେ ୨.୭୯ ପ୍ରତିଶତ ଶକ୍ତିଶାଳୀ ହୋଇଥିଲା । ଏହି କ୍ରମରେ ଭାରତୀୟ ମୁଦ୍ରା ଚିଲିର ପେସୋ ଏବଂ ଇଣ୍ଡୋନେସିଆର ରୁପିୟା ପରେ ୩ ନମ୍ବରରେ ଅଛି । ଭାରତୀୟ ମୁଦ୍ରା ମଙ୍ଗଳବାର ଡଲାର ମୁକାବିଲାରେ ୭୧.୪୬ରେ ବନ୍ଦ ହୋଇଥିଲା । ମୁଦ୍ରା ଏବଂ ଡେଟ ମାର୍କେଟ ବୁଧବାର ଇଦ-ମିଲାଦ-ଉଲ ନବି ଅବସରରେ ବନ୍ଦ ଥିଲା ।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବା କ୍ରମ ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ୬ ଟଙ୍କା ୪୫ ପଇସା ଏବଂ ଡିଜେଲ ୪ଟଙ୍କା ୪୨ ପଇସା ହ୍ରାସ ପାଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୭୬.୩୮ ପଇସା ଏବଂ ଡିଜେଲ ଲିଟର ପିଛା ୭୧ଟଙ୍କା ୨୭ ପଇସାରେ ପହଞ୍ଚିଛି । ଏହି ଦୃଷ୍ଟିରୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଆଗାମୀ ଦିନରେ ଆହୁରି ଶସ୍ତା ହେବ ବୋଲି ଅନୁମାନ କରାଯାଉଛି ।

By amfnews

Related Post