Thu. Jan 23rd, 2025

ଆହୁରି ବଢିବ ଭାରତୀୟ ବାୟୁସେନାର ଶକ୍ତି, ସାମିଲ ହେବ ଯୁଦ୍ଧ ବିମାନ ତେଜସ

By amfnews Jan 25, 2021 #Featured
145 Views

ନୂଆଦିଲ୍ଲୀ, ଜାନୁଆରୀ 25 : ଆହୁରି ବଢିବ ଭାରତୀୟ ବାୟୁସେନାର ଶକ୍ତି  । ବାୟୁସେନାରେ ସାମିଲ ହେବ ଯୁଦ୍ଧ ବିମାନ ତେଜସ  । ମାର୍ଚ୍ଚ 2024 ରେ ଭାରତୀୟ ବାୟୁସେନା ତେଜସ ପାଇବ  ।  48 ହଜାର କୋଟି ଟଙ୍କାରେ ସ୍ୱଦେଶୀ ବିକଶିତ ଯୁଦ୍ଧ ବିମାନ ତେଜସର କ୍ରୟ ପାଇଁ ଚୁକ୍ତି ହୋଇଛି  । ପ୍ରଥମ ପର୍ଯ୍ୟାୟରେ ଚାରିଟି ବିମାନ ତେଜସ ବାୟୁସେନାରେ ସାମିଲ ହେବ   । ପରେ 2025 ରୁ 83 ତେଜସ ବିମାନ ଯୋଗାଣ ସରିବା ପର୍ଯ୍ୟନ୍ତ ପ୍ରତିବର୍ଷ 16 ଟି ବିମାନ ବାୟୁସେନାରେ ସାମିଲ ହେବ  ।

HAL ର ପରିଚାଳନା ନିର୍ଦ୍ଦେଶକ ମାଧବାନ୍ କହିଛନ୍ତି ଯେ, ଏହି ଭାରତୀୟ ତେଜସ ଯୁଦ୍ଧ ବିମାନ କ୍ରୟ ପାଇଁ ଅନେକ ଦେଶ ଆଗ୍ରହ ଦେଖାଉଛନ୍ତି  । ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିମାନର ରପ୍ତାନି ଅର୍ଡର ପାଇବାକୁ କମ୍ପାନୀ ଆଶା ରଖିଛି  ।  ଅନ୍ୟ କୌଣସି ଦେଶରୁ ମିଳିଥିବା ଅର୍ଡର ଭାରତୀୟ ବାୟୁସେନାକୁ ବିମାନ ବିତରଣରେ ପ୍ରଭାବ ପକାଇବ ନାହିଁ  ।  ଆବଶ୍ୟକ ହେଲେ HAL ଏକ ନୂତନ ପ୍ଲାଣ୍ଟ ସ୍ଥାପନ କରିବ  ।

ଜାନୁଆରୀ 13 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସିସିଏସ ବୈଠକରେ ବାୟୁସେନା ପାଇଁ ତେଜସ୍ ର ଉନ୍ନତ ସଂସ୍କରଣର ମାର୍କ -1 ଏର 73 ଟି ବିମାନ ଏବଂ 10 ଟି ଟ୍ରେନର ସଂସ୍କରଣ କିଣିବା ପାଇଁ ଚୁକ୍ତିକୁ ଅନୁମୋଦନ ମିଳିଛି  ।  ଫେବୃଆରୀ 5ରେ ଏରୋ ଇଣ୍ଡିଆ ସୋ ସମୟରେ ଭାରତୀୟ ବାୟୁସେନା ଏବଂ ହାଲ ପ୍ରାୟ 48,000 କୋଟି ଟଙ୍କାର ଚୁକ୍ତି ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବେ  ।  ଏହି ବିମାନ ଚୁକ୍ତି ତେଜସର ପ୍ରଥମ ସଂସ୍କରଣର 40 ଟି ବିମାନ ସହିତ ରହିଛି, ଯାହାର ଏକ ବ୍ୟାଚ୍ ବାୟୁସେନାରେ ସାମିଲ କରାଯାଇଛି  ।  

By amfnews

Related Post