Wed. Dec 25th, 2024

ଆହାର କେନ୍ଦ୍ରରେ ରାତ୍ରୀ ଭୋଜନ ବ୍ୟବସ୍ଥାର ଆରମ୍ଭ

By amfnews Jan 1, 2019 #Featured
180 Views

ରାଉରକେଲା, ୧ା୧  : ରାଜ୍ୟର ପ୍ରମୁଖ ଚିକିତ୍ସା ନିକଟରେ ଥିବା ଆହାର କେନ୍ଦ୍ରରେ ରାତ୍ରୀ ଭୋଜନ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହି ଯୋଜନାକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆରମ୍ଭ କରିଥିବା ବେଳେ ରାଉରକେଲା ସରକାରୀ ଡାକ୍ତରଖାନା ଓ ଆଇଜିଏଚ୍ ଠାରେ ଏହି ଯୋଜନା ଆରମ୍ଭ କରାଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଥିବା ଆହାର କେନ୍ଦ୍ରରେ ଏହି ବ୍ୟବସ୍ଥାକୁ ଆରମ୍ଭ କରିଛନ୍ତି ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ।

ସେହିପରି ଆଇଜିଏଚ୍ ଠାରେ ଏହି ବ୍ୟବସ୍ଥାର ଆରମ୍ଭ କରିଛନ୍ତି ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ । ଉଭୟ କେନ୍ଦ୍ରରେ ପ୍ରତିଦିନ ସନ୍ଧ୍ୟା ୭ରୁ ୯ଟା ମଧ୍ୟରେ ଏହି ଯୋଜନା ମାଧ୍ୟମରେ ସୁଷମ ଖାଦ୍ୟ ଲୋକମାନଙ୍କ ଉଦ୍ଦେଶ୍ୟରେ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ସରକାରୀ ଡାକ୍ତରଖାନା ନିକଟସ୍ଥ ଆହାର କେନ୍ଦ୍ରରେ ଆର୍ଏମ୍ସି କମିଶନର ରଶ୍ମୀତା ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ମୈତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆଇଜିଏଚ୍ ପରିସରରେ ଥିବା ଆହାର କେନ୍ଦ୍ରରେ ଆର୍ଏମ୍ସି ଉପକମିଶନର ସୁଷମା ବିଲୁଙ୍ଗ, ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ପରିଡା, ବିଦ୍ୟୁତ୍ ସହକାରୀ ଯନ୍ତ୍ରୀ ମାନସ ବିଶ୍ୱାଳ, କମ୍ୟୁନିଟି ଅର୍ଗାନାଇଜର ଶୌଭାଗ୍ୟବତୀ ସାହୁ, ପୂର୍ବତନ ନଗରପାଳ ନରେନ୍ଦ୍ର ତ୍ରିପାଠୀଙ୍କ ସମେତ ଆର୍ଏମ୍ସି ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

By amfnews

Related Post