Sun. Mar 8th, 2026

ଆସ୍ଥାଭୋଟ୍‌ ପ୍ରକ୍ରିୟା ଗୋଟିଏ ଦିନରେ ଶେଷ ହେବା ଉଚିତ: ବିଏସ୍‌ ୟେଦ୍ଦ୍ୟୁରପ୍ପା

189 Views

ବେଙ୍ଗାଲୁରୁ  : ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ନେତୃତ୍ୱାଧୀନ ଜନତା ଦଳ (ଏସ୍‌)- କଂଗ୍ରେସ ମେଣ୍ଟ ସରକାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଛି। ଏଥିପାଇଁ ଆଲୋଚନା ଆରମ୍ଭ ହୋଇ ଯାଇଛି। ଆସ୍ଥା ଭୋଟ୍‌ ସପକ୍ଷରେ ୨୬ ଜଣ ବିଧାୟକ କହିବେ ବୋଲି ମେଣ୍ଟ୍‌ ସରକାର ତାଲିକା ଦେବା ପରେ ଏଥିପାଇଁ ସମୟ ଧାର୍ଯ୍ୟ କରିବାକୁ ୟେଦ୍ଦ୍ୟୁରପ୍ପା ବାଚସ୍ପତି କେ ଆର୍‌ ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଲେ କି, ମୁଁ ମେଣ୍ଟ ସରକାର ଚଳାଇ ପାରିବି ନା ନାହିଁ ଉଠି ଥିବା ପ୍ରଶ୍ନ ପାଇଁ କେବଳ ମୁଁ ଆସିନାହିଁ। ଘଟଣାକ୍ରମ ଦର୍ଶାଉଛି ଯେ କେତେକ ବିଧାୟକ ବାଚସ୍ପତିଙ୍କ ଭୂମିକାକୁ ମଧ୍ୟ ବିପଦଗ୍ରସ୍ତ କରି ପକାଇଛନ୍ତି। ସୁପ୍ରିମ୍‌ କୋର୍ଟ କ’ଣ ଆଦେଶ ଦେଲେ ତାହା ମୁଁ ଆଲୋଚନା କରିବାକୁ ଚାହୁଁ ନାହିଁ। ବାଚସ୍ପତି ରମେଶ କୁମାରଙ୍କୁ ତାଙ୍କର ନିରପକ୍ଷ ମନୋଭାବ ପାଇଁ କୁମାରସ୍ୱାମୀ ପ୍ରଶଂସା କରିଛନ୍ତି। ସେ କହିଲେ କି, ଆମ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଗତ କରାଯାଇଛି।

କୁମାରସ୍ୱାମୀ ଅନ୍‌-ଲାଇନ୍‌ ମୋସନ୍‌ ଆଗତ କରିବା ପରେ ବିରୋଧୀ ବିଜେପି ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପା କହିଲେ କି, ଆସ୍ଥାଭୋଟ୍‌ ପ୍ରକ୍ରିୟା ଗୋଟିଏ ଦିନରେ ଶେଷ ହେବା ଉଚିତ। ଆସ୍ଥା ଭୋଟ୍‌ ଆରମ୍ଭ ପୂର୍ବରୁ ଦିନ ପ୍ରାୟ ୧୦: ୫୦ ପରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଧାନ ସୌଧରେ ପହଞ୍ଚିଥିଲେ। ପରେ ବିଜେପି ବିଧାୟକମାନେ ତାଙ୍କ ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କୁ ଦର୍ଶାଇ ‘ରାଜା ହୁଲିଜା’ ଅର୍ଥାତ୍‌ ସିଂହରାଜା ବୋଲି ସ୍ଲୋଗାନ୍‌ ଦେଇ ବିଧାନସଭାକୁ ପ୍ରବଶେ କରିଥିଲେ।

By amfnews

Related Post