Fri. Dec 27th, 2024

ଆସୁଛି ବାତ୍ୟା! ଘଣ୍ଟାକୁ ୮୦ କିଲୋମିଟର ବେଗରେ ବହିପାରେ ପବନ

By amfnews Oct 9, 2018 #Featured
107 Views

ଭୁବନେଶ୍ୱର : ଓଡ଼ିଶା ଉପରେ ପୁଣି ଏକ ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଡିପ୍ରେସନ୍‌ ବା ଅବପାତରେ ପରିଣତ ହୋଇ ଧିରେ ଧିରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ ବୋଲି ଜଣାପଡ଼ିଛି।

ଏବେ ଏହା ଗୋପାଳପୁର ଠାରୁ ୫୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।  ଆଜିଠାରୁ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସହିତ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବ।

ଆସନ୍ତାକାଲି ଅପରାହ୍ନରୁ ଓଡ଼ିଶା ଉପକୂଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବ। ୧୦ ତାରିଖ ରାତିରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏପଟେ ବାତ୍ୟା ଆଶଙ୍କାକୁ ଦେଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। କାହାରିକୁ ଛୁଟିରେ ଯିବାକୁ ଅନୁମତି ନଦେବାକୁ କୁହାଯାଇଥିବା ନେଇ ଡେପୁଟି ରିଲିଫ୍ କମିଶନର କହିଛନ୍ତି।

ଅନ୍ୟପଟରେ, ଯଦି ବର୍ଷା ଏମିତି ଲାଗି ରୁହେ ତେବେ ଆଗକୁ ଆସୁଥିବା ଦଶହରା ପର୍ବକୁ ଫିକା କରି ଦେଇପାରେ ବୋଲି ଜଣାପଡ଼ିଛି।

By amfnews

Related Post