262 Views
ରାଜ୍ୟ ସରକାରଙ୍କ ପକ୍ଷରୁ ମୌସୁମୀ ଜନିତ ପ୍ରବଳ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ବନ୍ୟା ଆଶଙ୍କା କରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବନ୍ୟା ପ୍ରପୀଡ଼ିତ ଅଂଚଳ ଗୁଡ଼ିକରେ ନିର୍ମାଣ ହୋଇଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ ସବୁବେଳେ ବ୍ୟବହାର ଉପଯୋଗୀ ରଖିବାକୁ ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶ ନାମା ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କମିଶନର ବିଷ୍ଣୁପଦ ସେଠୀ । ସବୁ ବର୍ଷ ପରି ଆସନ୍ତା ଜୁନ୍ ୧୯ ତାରିଖରେ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଗୋଷ୍ଠୀସ୍ତରୀୟ ମକ୍ ଡ୍ରିଲ କରାଯିବ । ରାଜ୍ୟରେ ସାଧାରଣତଃ ଜୁନ୍ ୧୫ ତାରିଖରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥାଏ । ଏହି ସମୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ମଧ୍ୟ ରହିଥାଏ ।