Wed. Jan 22nd, 2025

ଆସିଲା ଅନଲକ-୪ ଗାଇଡଲାଇନ, ସେପ୍ଟେମ୍ବର ୭ରୁ ପୁଣି ଦୌଡ଼ିବ ମେଟ୍ରୋ ଟ୍ରେନ

By Prasanta Patnaik Aug 30, 2020 #Featured
150 Views

ନୂଆଦିଲ୍ଲୀ, ଅଗଷ୍ଟ ୩୦ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନଲକ-୪ ନେଇ ଗାଇଡଲାଇନ ଜାରି କରିଛନ୍ତି । ଏହି ପର୍ଯ୍ୟାୟରେ ପ୍ରତିବନ୍ଧିତ ଥିବା ଅନେକଗୁଡ଼ି ଜିନିଷ ପ୍ରତି କୋହଳ କରାଯାଇଛି । ଅର୍ଥାତ ଆସନ୍ତା ସେପ୍ଟେମ୍ବର ୭ତାରିଖରୁ ମେଟ୍ରୋ ସେବା ପୁଣି ଥରେ ଆରମ୍ଭ ହୋଇଯିବ । ଏ ନେଇ ଦିଲ୍ଲୀ ମେଟ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଲାଗି ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରିଛି । ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ପାଳନ କରବାକୁ ହେବ । ପୂର୍ବ ତୁଳନାରେ ମେଟ୍ରୋ ଟ୍ରେନ ଅଧିକ ସମୟ ଅଟକିବ । ଅନଲକ-୪ ଦିନକ ପରେ ଲାଗୁ ହୋଇଯିବ । ସୂଚନାଯୋଗ୍ୟ, ମେଟ୍ରୋ ସେବା ଗତ ମାର୍ଚ୍ଚ ୨୨ ତାରିଖ ଠାରୁ କରୋନା କଟକଣା ଯୋଗୁଁ ବନ୍ଦ ପଡ଼ିଛି ।

ନୂଆ ଗାଇଡଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନ ପାଖରେ ଅଧିକ କୋହଳ ରହିବ । ଏହା ବ୍ୟତୀତ ଏୟାର ଥିଏଟରକୁ ଛାଡ଼ି ସିନେମା ହଲ, ସୁଇମିଂପୁଲ ଓ ଥିଏଟର ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରହିବ । ସାମାଜିକ, ଶିକ୍ଷାନୁଷ୍ଠାନ, ଖେଳ, ମନୋରଂଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାରୋହ ଏବଂ ଅନ୍ୟ ସମାଗମରେ ୧୦୦ ଜଣ ଲୋକ ଉପସ୍ଥିତ ରହିପାରିବେ । କିନ୍ତୁ ଏହି ନିୟମ ସେପ୍ଟେମ୍ବର ୨୧ରୁ ଲାଗୁ ହେବ । ଭାରତ ସରକାର ଅନଲକ-୪ ଗାଇଡଲାଇନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି କରିଛନ୍ତି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post