Sat. Mar 7th, 2026

ଆସିକା ବିଧାୟକଙ୍କ ବିରୋଧୀ ମଞ୍ଚର ସମାବେଶ:ସାଂସଦ, ବ୍ଲକ ଅଧ୍ୟକ୍ଷ ସାମିଲ

425 Views

ଆସିକା ,14m Jan,2019: ସାଧାରଣ ନିର୍ବାଚନ ପୂର୍ବରୁ ଆସିକା ରାଜନୀତି ଉଷ୍ମ। ଆଜି ବିଧାୟକ ବିରୋଧୀ ମଞ୍ଚର ସମାବେଶ ରାଜନୀତିକୁ ଅଧିକ ସରଗରମ କରିଛି। ପୂର୍ବାହ୍ନରେ ଆସିକା ବ୍ଲକ କେନ୍ଦୁପଦର ଠାରେ ଯୁବ ବିଜେଡି ନେତା ଟୁଟୁ ମଳିକଙ୍କ ତତ୍ତ୍ବାବଧାନରେ ବିଧାୟକ ବିରୋଧୀ ମହାସମାବେଶରେ କର୍ମୀ ଓ ନେତା ନୂଆ ନେତୃତ୍ବ ପାଇଁ ଆହ୍ବାନ ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକଙ୍କ ନେତୃତ୍ବରେ ଶତାଧିକ କର୍ମୀଙ୍କ ଏକ ବାଇକ୍‌ ଶୋଭାଯାତ୍ରା ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରରୁ ବାହାରି ବିଜୁ ପଟ୍ଟନାୟକ ଛକରେ ପହଞ୍ଚିଥିଲା। ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା କେନ୍ଦୁପଦରରେ ପହଞ୍ଚିଥିଲା।

େନତାମାେନ ଅଭିେଯାଗ କରିଥିଲେ, ବିଧାୟକ ନିଜର ବ୍ୟକ୍ତିଗତ ଉନ୍ନତି ପାଇଁ ଉଦ୍ୟମ ଜାରି ରଖି ହାତଗଣତି କିଛି ‌େ‌ଲାକଙ୍କୁ ଖୁସି କରୁଛନ୍ତି। ଫଳରେ ଦଳର ସାଂଗଠନିକସ୍ଥିତି ତୃଣମୂଳସ୍ତରରୁ ଭୁଶୁଡ଼ି ଗଲାଣି। ୩ ଥର ବିଧାୟକ ହୋଇ ବି ଆସିକାରେ ବିକାଶ ଇଞ୍ଚେ ବି ଆଗେଇ ପାରିନି।

ସାଂସଦ ଲଡୁକିଶୋର ସ୍ବାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡ଼ା, ଗଂଗାପୁର ସମିତିସଭ୍ୟା ଅନିମା ପରିଡ଼ା, ନିମିନା ସମିତିସଭ୍ୟା ସରୋଜିନୀ ମଳିକ, ଆସିକା ବ୍ଲକ ଉପାଧ୍ୟକ୍ଷା ସୁଜାତା ସ୍ବାଇଁ, ଭଗବାନ ସାହୁ, ଆସିକା ସାଂସଦ ସହର ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ଅଭିମନ୍ୟୁ ନାହାକ, ରବିନ୍ଦ୍ର ବିଷୋୟୀ, ନଳବଣ୍ଟା ସେବା ସମବାୟ ସମିତିର ସଭାପତି ଜିତେନ୍ଦ୍ର ବିଷୋୟୀ, ସୁବାସ ମହାନ୍ତି, କାମରାଜୁ ଭୋଳ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ପାଢୀ, ପୂର୍ବତନ କାଉନସିଲର୍ ଏମ.ତାରିଣୀ ସେନାପତି, ରଶ୍ମିତା ସେନାପତି, ଟୁଟୁ ବିଷୋୟୀ, ରାଜେନ୍ଦ୍ର ବିଷୋୟୀ, ମନୋଜ ପରିଡ଼ା, ଚିତ୍ତରଂଜନ ପରିଡ଼ା, ବାବୁଲି ପ୍ରଧାନ, ବେଣୁପାଟ ସରପଞ୍ଚ ଜସ୍ମିନ ଖଣ୍ଡୁଆଳ, ନିରଞ୍ଜନ ପରିଡ଼ା, କେନ୍ଦୁପଦର ସରପଞ୍ଚ ଲକ୍ଷ୍ମୀ ବେହେରା, କମାଗଡ଼ ସରପଞ୍ଚ ପ୍ରତିଭା ନାହାକ, ଚଢିଆପଲ୍ଳୀ ସରପଞ୍ଚ ବିଶ୍ବନାଥ ଜେନା, ସମିତିସଭ୍ୟ ସୁରେଶ ଚନ୍ଦ୍ର ପାତ୍ର, ମଂଗଳପୁର ପୂର୍ବତନ ସରପଞ୍ଚ ଦେବରାଜ ପାତ୍ର, ସରପଞ୍ଚ କୃଷ୍ଣଚନ୍ଦ୍ର ସେଠୀ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ମନୋଜ କୁମାର ମହାନ୍ତି, ବାଲିସିରା ସରପଞ୍ଚ ରାଜେଶ୍ବରୀ ଗୌଡ଼, ସନ୍ତୋ‌ଷ କୁମାର ବେହେରା, ଭଜରାମ ସ୍ବାଇଁ, ବଡ଼ଖୋଲି ସରପଞ୍ଚ ଲୀଳାବତୀ ସ୍ବାଇଁ, ବାଙ୍ଗରଡ଼ା ସରପଞ୍ଚ ରମେଶ ବଢେଇଙ୍କ ସମେତ ପ୍ରମୁଖ ଉପସ୍ଥିତ ରହି ମନ୍ତବ୍ୟ ଦେଇଥିଲେ।

ବିଧାୟକ ଦେବରାଜ ମହାନ୍ତିଙ୍କ ସହ ଯୋଗ‌ାଯୋଗ କରିବାରୁ ସେ କହିଛନ୍ତି, ବିରୋଧ କରିବା ସ୍ବାଭାବିକ କଥା। କିଛି ଲୋକ ନିଜର ସ୍ବାର୍ଥ ହାସଲ ପାଇଁ ଏକଠି ହୋଇ ବିଜେଡି ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ପୂର୍ବରୁ ୨୦୦୯ ଓ ୨୦୧୪ ମସିହାରେ ବି ‌ତାଙ୍କୁ ବିରୋଧ କରାଯାଇଥିଲା। ଏଥିରେ ବ୍ୟସ୍ତ ହେବାର କିଛି ନାହିଁ।

By amfnews

Related Post