Sat. Mar 7th, 2026

ଆସିକା ଉପ କାରାଗରରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ

238 Views

ଆସିକା :ଗଞ୍ଜାମ ଜିଲ୍ଲାର ଆସିକା ଉପ କାରାଗରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କର ହୃଦଘାତରେମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବାପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି କୁହାଯାଉଛି । ଉକ୍ତ ବିଚାରାଧୀନ କଏଦୀଙ୍କର ନାମ ଡାକ୍ତର ସାହୁ ବୋଲି ଜଣାଯାଇଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ ଗାଁରେ ବୋଲି ମଧ୍ୟ ଜଣାଯାଇଛି।

ସେ ଏକ ହତ୍ୟା ମାମଲାରେ ଜେଲରେ ଥିଲେ । ଡାକ୍ତର ସାହୁ ଗତ ମାସ ୨୦ ତାରିଖରୁ ଉପ କାରାଗରରେ ବିଚାରାଧୀନ କଏଦୀଭାବେ ରହି ଆସୁଥିଲେ। ଆଜି ସକାଳେ ୱାର୍ଡରେ ତାଙ୍କୁ ଅଚେତ ଅବସ୍ଥାରେ ପାଇବାପରେ ଡାକ୍ତର ସାହୁଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏସଂପର୍କରେ ପୁଲିସ ପକ୍ଷରୁ ଆସିକା ଥାନାରେ ୨୮/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଥିବାର ସୂଚନା ମିଳିଛି।

By amfnews

Related Post