Wed. Mar 12th, 2025

ଆସନ୍ତା ୨୯ରୁ ୩୧ଯାଏ ଶୁଳିଆ ମହୋତ୍ସବ

By amfnews Dec 23, 2019 #Featured
187 Views

ବଲାଙ୍ଗିର : ଆସନ୍ତା ୨୯ତାରିଖରୁ ୩୧ଯାଏ ବଲାଙ୍ଗିରରେ ପ୍ରସିଦ୍ଧ ଶୁଳିଆ ଯାତ୍ରା ମହୋତ୍ସବ ପାଳନ ହେବ। ଏହି ଯାତ୍ରା ଦେଓଗାଁ ବ୍ଳକ କୁଲତାପଡା ପଞ୍ଚାୟତ ଅର୍ନ୍ତଗତ ଖଇରଗୁରା ଏବଂ କୁମୁରିଆରେ ଅନୁଷ୍ଠିତ ହେବ। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ପରେ ସୂଚନା ମିଳିଛି। ଏହି ବୈଠକରେ ଜିଲ୍ଲା ଆଦିବାସୀ ସଂଘର କର୍ମକର୍ତ୍ତା, ଶୁଲିଆ ଯାତ୍ରା କମିଟି କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସାମିଲ ହୋଇଥିଲେ।

ସର୍ବ ସମ୍ମତି କ୍ରମେ ଚଳିତବର୍ଷ କିନ୍ତୁ ଗୋଟିଏ ଦିନ ପୂଜାପାଠ ହେବାକୁ ଥିବା ବେଳେ ତିନି ଦିନ ଧରି ଶୁଳିଆ ଯାତ୍ରା ମହୋତ୍ସବ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।  ତିନି ଦିନ ଧରି ମହୋତ୍ସବ ଆୟୋଜନ ଯୋଗୁ ଏଠାକୁ ଶ୍ରଦ୍ଧାଳୁ ଆସିବେ, ତେଣୁ ଶୁଳିଆ ଅଞ୍ଚଳର ବିକାଶ ହେବ ବୋଲି ଯାତ୍ରା କମିଟି ଆଶା ରଖିଛି।

By amfnews

Related Post