Sun. Mar 8th, 2026

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ସହ ଧୂଳିଝଡ଼ ହେବାର ସମ୍ଭାବନା

183 Views

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଏହି ୯ଟି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ମଧ୍ୟ ହେବାର ଆଶଙ୍କା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ କୁହାଯାଇଥିବା ଜିଲ୍ଲାଗୁଡ଼ିମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା ,ଖୋର୍ଦ୍ଧା, ଯାଜପୁର, କଟକ ଓ ଜଗତସିଂହପୁର ଆଦି ରହିଛି। ବିଜୁଳି ଘଡ଼ଘଡ଼ି ମାରୁଥିବା ସମୟରେ ଉପରୋକ୍ତ ୯ଟି ଜିଲ୍ଲାର ବାସିନ୍ଦାଙ୍କୁ ସେହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। ବିଜୁଳି ମାରୁଥିବା ସମୟରେ ଘରେ ଥିବା ବିଦ୍ୟୁତ ଉପକରଣ ବ୍ୟବହାର ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଯେଉଁମାନେ ବିଜୁଳି ଘଡ଼ଘଡ଼ି ସମୟରେ ବାହରେ ଥିବେ ସେମାନେ ସୁରକ୍ଷିତ ସ୍ଥାନ ଦେଖି ଆଶ୍ରୟ ନେବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମାର୍ଶ ଦିଆଯାଇଛି। ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।

By amfnews

Related Post