339 Views
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ କୁଆପଥର ମାଡ ସହ ପ୍ରବଳ ଝଡବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପ୍ରବଳ ବର୍ଷା, ଘଡଘଡି ମାରିବା ସହ ୫୦ରୁ ୬୦ କିମି ବେଗରେ ପବନ ବହିବ । ଝଡବର୍ଷା ସମୟରେ କୁଆପଥର ମାଡ ଓ ଘଡଘଡିର ସମ୍ଭାବନା ରହୁଥିବାରୁ ଘରୁ ନବାହାରିବା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପାଗ ଏଭଳି ରହିବାର ସୂଚନା ରହିଛି । ମୌସୁମୀ ଆସନ୍ତା ମେ’ ୧୫ ସୁଦ୍ଧା କେରଳ ଛୁଇଁବା ସହ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ଓଡିଶା ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।