245 Views
ଭୁବନେଶ୍ୱର, ଫେବୃଆରୀ 10 : ଓଡ଼ିଶା କ୍ରିକେଟ ଆସୋସିଏସନ ବିଜୟ ହଜାରେ ଟ୍ରଫି ପାଇଁ ଟିମ ଘୋଷଣା କରାଯାଇଛି । ୨୨ ଜଣିଆ ରାଜ୍ୟ ସିନିଅର ପୁରୁଷ ଟିମ ଗଠିତ ହୋଇଛି । ଟିମରେ ୮ ନୂଆ ମୁହଁ ଚୟନ କରାଯାଇଛି ।
ଆସନ୍ତା ୨୦ ତାରିଖରୁ ବାଙ୍ଗାଲୋରରେ ଆରମ୍ଭ ହେବ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ୨୨ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମରେ ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ୮ଟି ନୂଆ ଖେଳାଳିଙ୍କୁ ଟିମରେ ରଖାଯାଇଛି । ରଶ୍ମି ରଂଜନ ପରିଡା ଟିମର କୋଚ ରହିଛନ୍ତି । ୨୦ ତାରିଖରୁ ବାଙ୍ଗାଲୋରରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଆସନ୍ତା ୧୩ ରେ ବାହାରିବ ଟିମ । ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରେଳବାଇ ଏବଂ ବିହାର ସହ ଗ୍ରୁପ- ସି ରେ ସ୍ଥାନ ପାଇଛି ଓଡିଶା । ଏନେଇ ଓସିଏର ସାମ୍ବାଦିକ ସମ୍ମିଳନୀରେ ଚୟନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି ।