Tue. Dec 24th, 2024

ଆସନ୍ତା ସପ୍ଟେମ୍ୱର 10 ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ରାଫାଲ ଯୁଦ୍ଧ ବିମାନ

By amfnews Aug 28, 2020 #Featured
122 Views

ନୂଆଦିଲ୍ଲୀ, ଅଗଷ୍ଟ ୨୮ : ଆସନ୍ତା 10 ସେପ୍ଟେମ୍ବର 2020 ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି | ଏହି ଦିନ ଫ୍ରାନ୍ସରୁ ଆସିଥିବା ପାଞ୍ଚଟି ରାଫାଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଅମ୍ବାଲା ଏୟାରବେସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରେଲଙ୍କୁ ମଧ୍ୟ ଭାରତ ଏହି ଉତ୍ସବରେ ସାମିଲ ହେବା ନେଇ ନିମନ୍ତ୍ରଣ କରିଛି ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସରୁ ଆସିଥିବା ପ୍ରଥମ ପାଞ୍ଚଟି ରାଫାଲ ବିମାନ ଜୁଲାଇ 29 ରେ ଭାରତରେ ପହଞ୍ଚିଥିଲା ​​ଏବଂ ଆନୁଷ୍ଠାନିକ ସମାରୋହ ପରେ ଏହି ବିମାନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଭାରତୀୟ ବାୟୁସେନା କହିଛି । ପ୍ରଥମ କିସ୍ତିରେ ଭାରତ ଫ୍ରାନ୍ସରୁ ପାଞ୍ଚଟି ରାଫାଲ ବିମାନ ପାଇଛି ଯେଉଁଥିରେ ତିନୋଟି ସିଙ୍ଗଲ୍ ସିଟ୍ ଏବଂ ଦୁଇଟି ଡବଲ୍ ସିଟ୍ ବିମାନ ଅଛି । ଫ୍ରାନ୍ସରୁ ଏହି ବିମାନ ଭାରତରେ ପହଞ୍ଚିବା ପରେ ବାୟୁସେନା ଏହି ବିମାନରେ କଠିନ ଯୁଦ୍ଧ୍ୟ ଅଭ୍ୟାସ ତାଲିମ ନେଇଛି ।

By amfnews

Related Post