Sun. Feb 23rd, 2025

ଆସନ୍ତା ଶିକ୍ଷାବର୍ଷରୁ ସିବିଏସସିର ପାଠ୍ୟପୁସ୍ତକ ୧୫ ପ୍ରତିଶତ ହ୍ରାସ ହେବ- ମନ୍ତ୍ରୀ ଜାଭେଦକର

By amfnews Sep 6, 2018 #Featured
244 Views

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷା ବର୍ଷ ଠାରୁ ୧ମ ଶ୍ରେଣୀରୁ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟଖସଡ଼ାରେ ୧୦ରୁ ୧୫ ପ୍ରତିଶତ ହ୍ରାସ ଘଟିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଜାଭେଦକର କହିଛନ୍ତି ଯେ ପାଠ୍ୟଖସଡ଼ା ହ୍ରାସ ନେଇ ଏନସିଇଆରଟି ପକ୍ଷରୁ କାର୍ଯ୍ୟ ଚାଲିଛି। ଆସନ୍ତା ଅଳ୍ପ ଦିନ ମଧ୍ୟରେଏହାକୁ ଶେଷ ସ୍ପର୍ଶ ଦିଆଯିବ। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅଯଥା ୧୦ ପ୍ରତିଶତରୁ ଅଧିକ ପାଠ ପଢ଼ିବାକୁ ପଡ଼ିବ ନାହିଁ।ତେଣୁ ଏନସିଇଆରଟି ପାଠ୍ୟଖସଡ଼ା ଅନୁକରଣ କରୁଥିବା ଓ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନ( ସିବିଏସି) ଦ୍ୱାରା ଅନୁବନ୍ଧିିତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ୧୦ରୁ ୧୫ ପ୍ରତିଶତ ପାଠ୍ୟଖସଡ଼ା ହ୍ରାସ କରାଯିବ।

ପରବର୍ତ୍ତୀ ସମୟରେ ଏହାକୁ ଆହୁରି ହ୍ରାସ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜାଭେଦକର କହିଛନ୍ତି। ମନ୍ତ୍ରୀ ଶୀ ଜାଭେଦକର କହିଛନ୍ତି ପାଠ୍ୟଖସଡ଼ା ହ୍ରାସ କରିବା ପାଇଁ ଏକ ଲକ୍ଷରୁ ଅଧିକ ପରାମର୍ଶ ମିଳିଛି। ସିବିଏସସି ପାଠ୍ୟପୁସ୍ତକରେ ଥିବା କେତେକ ବିଷୟ ପ୍ରଚଳିତ ସମୟ ପାଇଁ ଅନାବଶ୍ୟକଓ ଅପ୍ରାସଙ୍ଗିକ ହୋଇପଡ଼ିଥିଲେ ମଧ୍ୟ ଏହାକୁ ଭାବେ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଇଛି। ତେଣୁ ସେହି ପୁସ୍ତକ ଗୁଡ଼ିକର ସମୀକ୍ଷା ଆବଶ୍ୟକ ଥିଲା। ଏହି ସମୀକ୍ଷା ବିଜ୍ଞାନଭିତ୍ତିକ ହୋଇଛି ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପାଠ୍ୟପୁସ୍ତକରୁ ବାଦ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜାଭେଦକର କହିଛନ୍ତି।।

By amfnews

Related Post