Sat. Mar 7th, 2026

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌

438 Views

ନୂଆଦିଲ୍ଲୀ , ଜାନୁଆରୀ ୧୯ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଅମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ଜାନୁୟାରୀ ୨୦ ତାରିଖ ଠାରୁ ଜାନୁୟାରୀ ୨୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ପ୍ରାଇମ୍‌ ସଦସ୍ୟମାନେ ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୧୯ ତାରିଖ ମଧ୍ୟାହ୍ନ ୧୨ ଟାଠାରୁ ଏହା ଉପଲବ୍ଧ କରିପାରିବେ ।

ଏହି ସମୟରେ ଗ୍ରାହକ ଆମାଜନ୍‌ରେ ମହଜୁଦ୍‌ ଥିବା ୧୭୦ ନିୟୁତରୁ ଅଧିକ ସାମଗ୍ରୀ ମଧ୍ୟରୁ ଗ୍ରାହକ ନିଜ ମନପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ। ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଫେସନ୍‌ ସାମଗ୍ରୀ, ଗୃହ ଏବଂ କିଚେନ୍‌ ସାମଗ୍ରୀ, ବୃହତ୍‌ ଆପଲାଏନ୍ସ୍‌, ଟିଭି, ସ୍ପୋର୍ଟସ୍‌ ଏବଂ ଫିଟ୍‌ନେସ୍‌ ସାମଗ୍ରୀ ପ୍ରଭୃତି ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍‌ ଷ୍ଟୋର୍‌ରୁ କ୍ରୟ କରିପାରିବେ। ପ୍ରାଇମ୍‌ ସଦସ୍ୟଙ୍କୁ ଖୁବ୍‌ କମ୍‌ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯିବ ।

ଏଚଡିଏଫ୍‌ସି ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ୧୦ ପ୍ରତିଶତ ରିହାତି ସୁଯୋଗ ଉପଲବ୍ଧ ହେବ। ଏହି ଅବସରରେ ଗ୍ରାହକଙ୍କୁ ସହଜ ମାସିକ କିସ୍ତି(ଇଏମଆଇ) ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ଏବଂ ବଜାଜ୍‌ ଫିନସର୍ଭ କାର୍ଡରେ ୧୦ କୋଟିରୁ ଅଧିକ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯିବ।

By amfnews

Related Post