Fri. Dec 27th, 2024

ଆସନ୍ତାବର୍ଷ ପହିଲାରୁ ଭାରତରେ ମିଳିବ କରୋନା ଟିକା- ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

By amfnews Nov 5, 2020 #Featured
287 Views

ନୂଆଦିଲ୍ଲୀ, ନଭେମ୍ବର ୦୫ : ଆସନ୍ତା ବର୍ଷ ପହିଲା ସୁଦ୍ଧା ଭାରତରେ କରୋନା ପ୍ରତିଷେଧକ ଭାବେ ବ୍ୟବହାର ଉପଯୋଗୀ ଟିକା ମିଳିଯିବ ବୋଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନୱାଲା କହିଛନ୍ତି । ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ ଟିକାର ଏକ ବୃହତ ଭାଗ ଉତ୍ପାଦନ ହେବ ।

ବ୍ରିଟେନରୁ ଯଦି ଟିକାକୁ ଅନୁମତି ମିଳିଯିବ ତେବେ ଜାନୁଆରୀ ସୁଦ୍ଧା ଟିକା ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଜାରି ରହିଛି ।

ଭାରତରେ ଏହି ଟିକାର ପରୀକ୍ଷଣର ସଫଳତା ଉପରେ ମଧ୍ୟ ଦେଶରେ ଟିକା ମିଳିବା ନ ମିଳିବା ନିର୍ଭର କରେ ବୋଲି ସେ କହିଛନ୍ତି । ଟିକା ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି କରିପାରୁଛି କି ନାହିଁ ଏବଂ ଏହା ସୁରକ୍ଷିତ କି ନାହିଁ, ତାହା ଉପରେ ବିଶେଷ ଧ୍ୟାନ ରଖାଯିବ । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରସ୍ତୁତ ହେବାକୁ ଥିବା ଟିକା ମୁଖ୍ୟତଃ ଗରିବ ଏବଂ ମଧ୍ୟବିତ୍ତ ଦେଶମାନଙ୍କୁ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ କରୋନା ମହାମାରୀର ପ୍ରତିକାର ପାଇଁ ବିଶ୍ୱରେ ୧୫୦ରୁ ଅଧିକ ଟିକା ବିଭିନ୍ନ ରାଷ୍ଟ୍ର ବୈଜ୍ଞାନିକମାନେ ବିକଶିତ କରିଛନ୍ତି । ସେ ମଧ୍ୟରୁ ବ୍ରିଟେନ୍‌ର ଅକ୍ସଫୋର୍ଡ ଟିକା, ଆମେରିକାର ମଡ଼େର୍ଣ୍ଣା ଟିକା ଏବଂ ରୁଷର ସ୍ପୁଟନିକ୍‌-୫ ଟୀକାକରଣ ଆଶା ରହିଛି  ।

By amfnews

Related Post