97 Views
ଓ୍ଵାଶିଂଟନ: ନିକଟରେ ଆମେରିକାରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ଟିଭି ଲଗାଇ କିମ୍ବା ଲାଇଟ୍ ଲଗାଇ ଶୋଇବା ଦ୍ୱାରା ଓଜନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଜର୍ଣ୍ଣାଲ ଅଫ୍ ଆମେରିକା ମେଡିକାଲ୍ ଆସୋସିଏସନ୍(ଜେଏଏମ୍ଏ)ରେ ନିକଟରେ ପ୍ରକାଶ ପାଇଥିବା ଏକ ଆର୍ଟିକିଲ୍ରେ ଉଲ୍ଲେଖ କରାଯାଇଛି ଯେ ଗତ ୫ ବର୍ଷ ଭିତରେ ଏହି ଆଲୋକ କାରଣରୁ ୪୪ ହଜାର ଆକେରିକୀୟ ମହିଳାଙ୍କ ଓଜନ ବୃଦ୍ଧି ପାଇଛି।
ଏହି ଗବେଷଣାରେ ସାମିଲ୍ କରାଯାଇଥିବା ମହିଳାଙ୍କୁ ଲକ୍ଷ୍ୟ କରିବାରୁ ଜଣାପଡ଼ିଛି ଯେ ଟିଭି କିମ୍ବା କୌଣସି ବି ପ୍ରକାର ଆଲୋକରେ ଶୟନ କରୁଥିବା ମହିଳାଙ୍କ ମଧ୍ୟରୁ ୧୭ ପ୍ରତିଶତ ମହିଳା ଗବେଷଣା ସମୟସମୀମା ଭିତରେ ୫ କିଲୋ ଓଜନ ବଢ଼ାଇଛନ୍ତି।