Thu. Nov 21st, 2024

ଆର୍ଥିକ ବର୍ଷ ୨୦୧୮-୧୯ରେ ସେଲର ୫୫୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଲାଭାର୍ଜ୍ଜନ ଉତ୍ପାଦନଓ ଉତ୍ପାଦ ସମୂହରେ ବିବିଧତା ସହ ବଜାର ଅଂଶରେ ବୃଦ୍ଧି ଉପରେ ଅଗ୍ରାଧିକାର ପ୍ରଦାନ କରାଯାଉଛି : ସେଲ ଅଧ୍ୟକ୍ଷ

By amfnews Nov 5, 2018 #Featured
105 Views

ରାଉରକେଲା, ନଭେମ୍ବର,୪ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ, ସେଲ ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ଦ୍ୱିତୀୟ ତ୍ରୟୋମାସରେ ୫୫୩.୬୯ କୋଟି ଟଙ୍କାର କର ପରବର୍ତ୍ତୀ ଲାଭ ଘୋଷଣା କରିଛିା ଉଲ୍ଲେଖନୀୟ ଯେ, ପୂର୍ବ ଆର୍ଥିକ ବର୍ଷ ୨୦୧୭-୧୮ର ଦ୍ୱିତୀୟ ପ୍ରୟୋମାସରେ ସେଲ ୫୩୯.୦୬ କୋଟି ଟଙ୍କାର କର ପରବର୍ତ୍ତୀ କ୍ଷତି ସହିଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସ ତୁଳନାରେ ଦ୍ୱିତୀୟ ତ୍ରୟୋମାସରେ ଲାଭାର୍ଜ୍ଜନ ପରିମାଣ ୨.୫% ବୃଦ୍ଧି ପାଇଛି । ଦ୍ୱିତୀୟ ତ୍ରୟୋମାସରେ କମ୍ପାନୀର ସମୁଦାୟ କାରବାର ପରିମାଣ ୧୬୫୪୧ କୋଟି ଟଙ୍କା ରହିଛି । ଏହି କ୍ଷେତ୍ରରେ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ୨୩% ଏବଂ ପ୍ରଥମ ତ୍ରୟୋମାସ ତୁଳନାରେ ୫% ଅଭିବୃଦ୍ଧି ଘଟିଛି । କାର୍ଯ୍ୟକାରିତା ପ୍ରଦର୍ଶନରେ ସାମଗ୍ରିକ ରୂପେ ଉନ୍ନତି ଘଟି ଦ୍ୱିତୀୟ ତ୍ରୟୋମାସରେ ୧୪୭୩.୫୪ କୋଟି ଟଙ୍କାର ଇବିଆଇଡିଟିଏ (ସୁଧ, ଶୁଳ୍କ, ମୂଳ୍ୟହ୍ରାସ ଓ ଋଣମୁକ୍ତ ପୂର୍ବ ଆୟ) ହାସଲ ହୋଇଛି ଏବଂ ଏହି କ୍ଷେତ୍ରରେ ଅନୁରୂପ ପୂର୍ବ ବର୍ଷ ଅବଧିରେ ହାସଲ ହୋଇଥିବା ୯୬୬.୫୬ କୋଟି ଟଙ୍କାର ଇବିଆଇଡିଟିଏ ତୁଳନାରେ ୧୫୬% ଅଭିବୃଦ୍ଧି ହାସଲ କରିଛି ।

ଆର୍ଥିକ ଫଳାଫଳର ପରିସଙ୍ଖ୍ୟାନ କମ୍ପାନୀ ଦୃଢ ଲାଭାର୍ଜ୍ଜନ ହାସଲ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକାରିତା ପ୍ରଦର୍ଶନ ଏବଂ ଆଧୂନିକୀକରଣ ଓ ସଂପ୍ରସାରଣର ପୂର୍ଣ୍ଣ ଲାଭ ଉଠାଇବା ନିମନ୍ତେ ସାମଗ୍ରିକ ପ୍ରୟାସର ସୂଚନା ପ୍ରଦାନ କରୁଛି । ସେଲ ଏହାର ଅପରେସନ ଗୁଡିକରେ ବିଶ୍ୱସନୀୟତା ଓ ସ୍ଥିରତା ଆଣିବା ସହିତ ଉତ୍ପାଦନ ବୃଦ୍ଧିରେ ବିଶେଷ ଗୁରୁତ୍ୱାରୋପ କରି ଏହାର ସମସ୍ତ ପ୍ରକ୍ରିୟାରେ ଗୁଣାତ୍ମକ ସୁଧାର ଆଣୁଛି । କମ୍ପାନୀ ଏହାର ନୂତନ ୟୁନିଟଗୁଡିକରୁ ଉତ୍ପାଦନ ଆରମ୍ଭ କରୁଥିବା ସମୟରେ ଉତ୍ପାଦନ ଓ ବୈଷୟିକ ଆର୍ଥିକ ପରିମାପକତା ଉପରେ କମ୍ପାନୀ ପ୍ରାଥମିକତା ପ୍ରଦାନ କରୁଛି । ୨୦୧୮-୧୯ର ଦ୍ୱିତୀୟ ତ୍ରୟୋମାସରେ କମ୍ପାନୀ ୩୫.୩୭ ଲକ୍ଷ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସମୁଦାୟ ୭୧.୫୧ ଲକ୍ଷ ଟନ ବିକ୍ରିଯୋଗ୍ୟ ଇସ୍ପାତ ନିର୍ମାଣ ହୋଇଥିଲା, ଯାହା ଅନୁରୂପ ପୂର୍ବ ବର୍ଷ ତୁଳନାରେ ୪.୨% ଅଧିକ ଅଟେ । ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନୀ କୋକହାରରେ ୧% ଉନ୍ନତି ହାସଲ କରିଥିଲା ଏବଂ କନକାଷ୍ଟ ରୁଟରେ ସର୍ବକାଳୀନ ଶ୍ରେଷ୍ଠ ୬୫.୭୫ ଲକ୍ଷ ଟନ ଇସ୍ପାତ ନିର୍ମାଣ କରିଥିଲେ । ଏହି କ୍ଷେତ୍ରରେ ଅନୁରୂପ ପୂର୍ବବର୍ଷ ଅବଧି ତୁଳନାରେ ୭% ଅଭିବୃଦ୍ଧି ଘଟିଛି । ଏହି ଅବସରରେ ନିଜର ବକ୍ତବ୍ୟରେ ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧରୀ କହିଲେ ଯେ, ଉତ୍ପାଦନ ପରିମାଣରେ ବୃଦ୍ଧି, ଧାର୍ଯ୍ୟ କ୍ଷମତାରେ ପରିଚାଳନା ଲକ୍ଷ୍ୟ ହାସଲ ଏବଂ ରେଳବାଇ ନିମନ୍ତେ ରେଲ, ହୁଇଲ ଏବଂ ଏକ୍ସଲ ଆଦିର ଆବଶ୍ୟକତା ପୂରଣ ତଥା ସୁରକ୍ଷା ଅଭ୍ୟାସଗୁଡିକୁ ସୁଦୃଢ କରିବା ଇତ୍ୟାଦି କମ୍ପାନୀ ସର୍ବୋଚ୍ଚ ପ୍ରାଥମିକତା ଅଟେ ।

ଘରୋଇ ଇସ୍ପାତ ବଜାର ଏକ ସକାରାତ୍ମକ ମଞ୍ଚ ଯୋଗାଇ ଦେଉଛି । ଏଥିସହିତ ଆମେ ଉତ୍ପାଦନ ପରିମାଣରେ ବୃଦ୍ଧି ହାସଲ କରି ତଥା ଆମର ଉତ୍ପାଦ ସମୂହରେ ବିବିଧତା ଆଣି ଏହି ଦିଗରେ ଆମର ସ୍ଥିତିକୁ ମଜଭୂତ କରୁଛୁ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେଲ ଉତ୍ତମ ମାନର ଇସ୍ପାତ ନିର୍ମାଣ ପୂର୍ବକ ଗ୍ରାହକ ଏବଂ ବଜାର ଆବଶ୍ୟକତା ପୂରଣ ଉପରେ ଦୃଷ୍ଟିନିବିଦ୍ଧ ରଖିଛି ।

By amfnews

Related Post