Thu. Jan 23rd, 2025

ଆର୍ଜିଏଚ୍ର ବିଭିନ୍ନ ସମସ୍ୟା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲା କଂଗ୍ରେସର ସ୍ମାରକପତ୍ର ପ୍ରଦାନ

By amfnews Aug 4, 2018 #Featured
174 Views

ରାଉରକେଲା, ୪ା୮ () : ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ମୁଖ୍ୟ ଚିକିତ୍ସା ଅଧିକାରୀ ଉଦୟଭାନୁ ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସାଧାରଣ ଲୋକଙ୍କ ଡାକ୍ତରଖାନା ଭାବେ ରାଉରକେଲା ସରକାରୀ ଡାକ୍ତରଖାନାର ପରିଚୟ ରହିଛି । ରାଜ୍ୟ ସରକାର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ପଦବୀ ପୂରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି । ଏଠାରେ ଏକ୍ସରେ ମେସିନ ଅଛି କିନ୍ତୁ ଏହାକୁ ଚଳାଇବା ପାଇଁ କର୍ମଚାରୀ ନାହାନ୍ତି । ମାତ୍ର ହାତଗଣତି ଗୋଟିଏ ଦୁଇଟି ବିଭାଗକୁ ଛାଡିଦେଲେ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତରଙ୍କ ମରୁଡି ରହିଛି । କ୍ୟାପିଟାଲ ହସ୍ପିଟାଲ ଭଳି ଏହି ଡାକ୍ତରଖାନାର ମାନ୍ୟତା ଥାଇ ମଧ୍ୟ ଏହାକ ବିକାଶ କେବଳ କାଗଜକଲମରେ ସୀମିତ ରହିଛି । ଦୁଃଖର କଥା ଯେ, ଇଣ୍ଟେନସିଭ କେୟାର ୟୁନିଟର କୌଣସି ସୁବିଧା ସୁଯୋଗ ଏଠାରେ ମିଳୁ ନାହିଁ ।

ଏଥିପାଇଁ ଗରିବ ପରିବାରର ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିନ୍ନକ୍ଷମମାନଙ୍କ ପାଇଁ ମେଡିକାଲ ବୋର୍ଡ ବସିପାରୁ ନଥିବାରୁ ସେମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ନିରାମୟ ଯୋଜନାରେ ରୋଗୀଙ୍କୁ ଯଥେଷ୍ଟ ପରିମାଣର ଔଷଧ ମିଳୁ ନାହିଁ । ଲୋକେ ବାହାରେ ଏକ୍ସରେ କରାଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିକଟରେ ଏହାର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଭାବିଛନ୍ତି । ଯଦି ଏହି ସବୁ ଅସୁବିଧାର ସମାଧାନ ତୁରନ୍ତ କରାନଯାଏ ତେବେ ଜିଲା କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ରାୟ ଚେତାବନୀ ଦେବା ସହ ଏଥିପାଇଁ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ସରକାରୀ ଦାୟୀ ରହିବେ ବୋଲି କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ୱରିୟମ ସିଂ, ଆର୍.ପି. ସିଂ, ଗଜେନ୍ଦ୍ର ତନ୍ତୀ, କୀର୍ତ୍ତନ ଦାସ, ରଘୁ ଦାସ, ଧୁସା ନାୟକ, ସୋମନାଥ ପଣ୍ଡା, ବାସୁ ବାନାର୍ଜୀ, ୱରିୟମ ସିଂ, ମାନୁ ସାମଲ, ବନମାଳୀ ବିଶୋୟୀ, ଭାସ୍କର ଖିଲାର, ଏମ୍ଡି ଇମାମ, ସର୍ବେଶ ସିଂ, ମଣ୍ଡଳ ବାବୁ, ମଝିଆ ପ୍ରଧାନ, ବିଜୁ ପୁରୋହିତ, ଆପୁ ନାୟକ, ଫୁଲ କଂସାରୀ, ଶିବୁ ସାହୁ, ସୁଶୀଲ ମାହାତୋ, ଏମ୍ଡି ସମିମ, ରମେଶ ଗୁପ୍ତା, ଏମ୍ଡି ସାହାବୁଦ୍ଦିନ, ତ୍ରୈଲୋକ ସାହୁ, ସଜାଦ ଅହମ୍ମଦ, ଏନ୍.ପି. ମହାନ୍ତି, ମହିଳା କଂଗ୍ରେସର ନିରୂପମା ବଳିୟାରସିଂ, ଦମୟନ୍ତୀ ମହାପାତ୍ର, ରଞ୍ଜିତା ମଲ୍ଲିକ, ଯୁବ କଂଗ୍ରେସର ପ୍ରବୋଧ ଦାସ, ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ସୌମ୍ୟ ନାୟକ, ଧର୍ମା ନାୟକ, ଗୌତମ ଲେଙ୍କା, ପ୍ରସନ୍ନ ବଳିୟାର ସିଂ, ଦିନେଶ ବେହେରା, ସିକନ୍ଦର ନାୟକ, ଛାତ୍ରନେତା ଅବିନାଶ ଖାଖା, ସୁମିତ କଂସାରୀ, ସୂର୍ଯ୍ୟ ବାରିକ, ସଦ୍ଦାମ ଅହମ୍ମଦ, ଫୌଜ ଅନୱର ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post