Mon. Mar 17th, 2025

ଆର୍ଏସ୍ପି ଦ୍ୱାରା ୮୫ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ପ୍ରଦାନ

By amfnews Aug 25, 2018 #Featured
214 Views

ରାଉରକେଲା, ୨୫ା୮ : ଦେଶ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ସିଭିକ୍ ସେଣ୍ଟର ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣୀ ଉତ୍ସବରେ ସେଲ୍ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଇସ୍ପାତ କାରଖାନାର ୮୫ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତ କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରଭାତ କୁମାର ପ୍ରଧାନ, ପ୍ରକଳ୍ପ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ମଞ୍ଚାସୀନ ଥିଲେ ।

ଉତ୍ସବରେ ଦୀପିକା ମହିଳା ସଂଘତି ଉପାଧ୍ୟକ୍ଷ ମିନାକ୍ଷୀ ପ୍ରଧାନ ଏବଂ ରେଖା ଅଗ୍ରୱାଲଙ୍କ ସମେତ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ସହର ପ୍ରଶାସନ ବିଭାଗ ଜିଏମ୍ ଏନ୍.କେ. ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ଲୋକ ସମ୍ପର୍କ ବିଭାଗର ଶଶାଙ୍କ ପଟ୍ଟନାୟକ ଓ କୋଲ୍ଡ ରୋଲିଂ ବିଭାଗର ଅନୀଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଉଲ୍ଲେଖନୀୟ ଯେ, କର୍ମଚାରୀମାନଙ୍କୁ ନିଜ ନିଜ କାର୍ଯ୍ୟ ଅଞ୍ଚଳରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ସହ ଉତ୍ପାଦନ, ଉତ୍ପାଦକତା, ରକ୍ଷଣାବେକ୍ଷଣ, ସେବା, ଗୁଣବତ୍ତା, ଉତ୍ପାଦନ ବ୍ୟୟ ହ୍ରାସ ଏବଂ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ଆକାରରେ ସେମାନଙ୍କୁ ୫ ହଜାର ଟଙ୍କା ଅର୍ଥ ରାଶି ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା ।

By amfnews

Related Post