Wed. Nov 20th, 2024

ଆର୍ଏସ୍ପି କୋକ୍ ଓଭନ ବ୍ୟାଟେରୀ-୬ରେ ଦୁର୍ଘଟଣା: ଆର୍ଏସ୍ଏସ୍ର ଉଦ୍ବେଗ ପ୍ରକାଶ

By amfnews Nov 3, 2018 #Featured
145 Views

ରାଉରକେଲା, ୨ା୧୧ : ଆଜି ଆର୍ଏସ୍ପିର ସିଡିସିପି-୬ରେ ଏ ସିପ୍ଟରେ କାର୍ଯ୍ୟ କରୁଥିବା ବେଳେ ଜଣେ ଯୁବ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ ସକାଳ ୮ଟା ବେଳେ ଗ୍ୟାସ୍ ସଂସ୍ପର୍ଶରେ ଆସି ଅଚେତ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଫାଷ୍ଟ-ଏଡ୍ ସେଣ୍ଟର ଓ ପରେ ଆଇଜିଏଚ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ବର୍ତ୍ତମାନ ଆଇଜିଏଚ୍ ଆସିୟୁରେ ଚିକିତ୍ସିତ ହେଉଛନ୍ତି ।

ଖବର ପାଇବା ପରେ ରାଉରକେଲା ଶ୍ରମିକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପସାଧାରଣ ସମ୍ପାଦକ ଅକ୍ଷୟ ଜେନା, ଉପସଭାପତି ବନମାଳି ରଣବିଡା, ମଙ୍ଗୁଳି ବେହେରା ଓ ଶତାଧିକ ଯୁବ କର୍ମଚାରୀମାନେ ଆଇଜିଏଚ୍ରେ ପହଞ୍ôଚ ତାଙ୍କ ଚିକିତ୍ସା ତ୍ୱରାନ୍ୱିତ କରାଇଥିଲେ । ଭିଲାଇର ବ୍ୟାଟେରୀ ବିଭାଗରେ ଏଭଳି ଦୁର୍ଘଟଣା ଘଟି ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଆର୍ଏସ୍ପିରେ ସୁରକ୍ଷାରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି । ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଆର୍ଏସ୍ପି କର୍ତ୍ତୃପକ୍ଷ ଶ୍ରମିକ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

By amfnews

Related Post