Thu. Dec 26th, 2024

ଆର୍ଏସ୍ପି ଅଧିକାରୀଙ୍କ ପାଇଁ ସକ୍ଷମ କୁଇଜ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ

rklsanchar@gmail.com' By J.N. Pradhan Aug 8, 2018 #Featured
162 Views

ରାଉରକେଲା, ୮ା୮: ସେଲ୍ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ ଆଭ୍ୟନ୍ତରୀଣ ମ୍ୟାନେଜମେଣ୍ଟ ଓ ବିଜିନେସ କୁଇଜ ସକ୍ଷମ-୨୦୧୮ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ ଏଚ୍ଆର୍ଡି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମୁଦାୟ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ । କୁଇଜ୍ ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଏକ ଲିଖିତ ପରୀକ୍ଷା ହୋଇଥିବା ବେଳେ ପରେ ଏକ ମୌଖିକ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିବା ଦଳ ମଧ୍ୟରୁ ୬ଟି ଦଳ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ରିଫ୍ରାକ୍ଟୋରୀ ଇଞ୍ଜିନିୟରିଂ ବିଭାଗର ଡେପୁଟି ମ୍ୟାନେଜର ସମ୍ପଦ ମିଶ୍ର ଓ କଣ୍ଟ୍ରାକ୍ଟ ସେଲ୍ ୱାର୍କ୍ସ ବିଭାଗର ଡେପୁଟି ମ୍ୟାନେଜର ଦିବ୍ୟା ଦାସ ପ୍ରାରମ୍ଭିକ ରାଉଣ୍ଡର ବିଜେତା ହୋଇଥିଲେ ।

ସିଆଣ୍ଡଆଇଟି ବିଭାଗର ଡେପୁଟି ମ୍ୟାନେଜର ଦେବଦତ୍ତ ଷଡଙ୍ଗୀ ଓ ଟିଆଣ୍ଡଆର୍ଏମ୍ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ବିନାୟକ ଜେନା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ପ୍ରଥମ ୨ଟି ସ୍ଥାନ ହାସଲ କରିଥିବା ଦୁଇ ଦଳ ସେଲ୍ ସ୍ତରୀୟ ଫାଇନାଲ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଏମ୍ଏମ୍ ବିଭାଗର ଡିଜିଏମ୍ ଶ୍ରୀକାନ୍ତ ପଣ୍ଡା କୁଇଜ୍ ମାଷ୍ଟରର ଦାୟିତ୍ୱ ନିର୍ବାହ କରିଥିଲେ । ଏଚ୍ଆର୍ଡି ବିଭାଗର ଡେପୁଟି ମ୍ୟାନେଜର ଆର୍.ଏ. ଖାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post