ରାଉରକେଲା, ୨୪ ।୧୦ : ରାଉରକେଲା ଇସ୍ପାତ୍ କାରଖାନାର ହଟ୍ ଷ୍ଟ୍ରିପ୍ ମିଲ୍ ଅଞ୍ଚଳରେ କାର୍ଯ୍ୟରତ ୩ଟି ଭିନ୍ନଭିନ୍ନ ଏଜେନ୍ସି ଅଧିନରେ କାର୍ଯ୍ୟରତ ୨୨ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ତକ୍ରାଳ ସ୍ୱିକୃତୀ ପୁରସ୍କାର ଯୋଜନା ଅନ୍ତର୍ଗତ ପୁରସ୍କୃତ କରାଯାଇଛି । ହଟ୍ ଷ୍ଟ୍ରିପ୍ ମିଲ୍ ସମ୍ମେଳନ କକ୍ଷଠାରେ ଅକ୍ଟୋବର ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଜିଏମ୍ ପି. ମୁରଲୀ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ମେସର୍ସ ଇଣ୍ଡେକ୍ସ ଏଣ୍ଟରପ୍ରାଇଜେସ୍ର ୭ ଜଣ, ଷ୍ଟିଲ କନ୍ଷ୍ଟ୍ରକ୍ସନର ୮ ଜଣ ଓ ମେସର୍ସ ପଙ୍କଜା ଏଣ୍ଟରପ୍ରାଇଜେସ୍ର ୭ ଜଣ ଠିକା ଶ୍ରମିକ ସାମିଲ ଥିଲେ ।
ଉଲ୍ଲେଖନୀୟ ଯେ, ହଟ୍ ଷ୍ଟ୍ରିପ୍ ମିଲ୍ କଏଲର ମାଣ୍ଡ୍ରେଲ୍ ପରିବର୍ତ୍ତନରେ ମେସର୍ସ ଇଣ୍ଡେକ୍ସ ଏଣ୍ଟରପ୍ରାଇଜେସ୍ର ୭ ଜଣ ଠିକା ଶ୍ରମିକ ପ୍ରଶଂସନୀୟ ଯୋଗଦାନ ଦେଇଥିଲେ । ପୁରସ୍କୃତ ଠିକା ଶ୍ରମିକଙ୍କ ପ୍ରତିବଦ୍ଧ ପ୍ରୟାସ ଯୋଗୁଁ ଏହି କାର୍ଯ୍ୟ ସଂପୁର୍ଣ୍ଣ ସୁରକ୍ଷା ମଧ୍ୟରେ ୨୦ ଘଣ୍ଟା ଭିତରେ ସମ୍ପନ୍ନ ହୋଇଥିଲା । ଉକ୍ତ ଉତ୍ସବରେ କାର୍ମିକ ଠିକା ସେଲ ଓ ପ୍ରକଳ୍ପ ବିଭାଗର ଡିଜିଏମ୍ ଟି.ଜି. କାନେକର, ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗର ଡିଜିଏମ୍ ଅପରେସନ ଦୀପକ ଯାଦବ. ଡିଜିଏମ୍ ଇଲେକ୍ଟ୍ରିକାଲ ଆର୍. କେ. ମୁଦାଲି. ଡିଜିଏମ୍ ମେକାନିକାଲ୍ ଆର୍. ଏନ୍. ରାଜେନ୍ଦ୍ରନ୍ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥ୍ିତ ଥିଲେ । ପି. ଏସ୍. ରାଜକୁମାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ୨୦୧୪ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଆରଏସ୍ପିର ବିଭିନ୍ନ ବିଭାଗର ୨୧୯ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଛି ।