Wed. Dec 25th, 2024

ଆର୍ଏସ୍ପିରେ ଆଇଟିଆଇଙ୍କୁ ନିଯୁକ୍ତି ସହ ଆପ୍ରେଣ୍ଟିସ୍ଙ୍କୁ ନିଆଯାଉ, ଡିପ୍ଲୋମାଙ୍କୁ ଏସ୍-୩ ବଦଳରେ ଏସ୍-୬ ପାହ୍ୟା ଦିଆଯାଉ – ସିଆଇଟିୟୁ

By amfnews Oct 30, 2018 #Featured
146 Views

ରାଉରକେଲା, ୩୦ା୧୦  : ସ୍ଥାନୀୟ ଶ୍ରମିକ ଭବନ ଠାରେ କାର୍ଯ୍ୟକାରୀ ସଭାପତି ଏସ୍.କେ. ବେହେରାଙ୍କ ସଭାପତିତ୍ୱରେ ସମ୍ପାଦକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୀର୍ଘଦିନ ପରେ ଆର୍ଏସ୍ପିରେ ନିଯୁକ୍ତି ବାହାରି ଅପରେଟର-କମ୍-ଟେକ୍ନିସିଆନ ପଦବୀରେ ଏସ୍-୩ ପାଇଁ ବାହାରିବା, ଏହା ଡିପ୍ଲୋମାଟଙ୍କ ପାଇଁ ଏବଂ ଆଇଟିଆଇ ଧାରୀମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ନ ବାହାରିବା ଯୁବପିଢିଙ୍କ ପାଇଁ ନୈରାଶ୍ୟ ଆଣିଦେଇଛି । ଆର୍ଏସ୍ପିରେ ହଜାର ହଜାର ପଦବୀ ଖାଲିଥିବା ବେଳେ ଆଇଟିଆଇ ଧାରୀମାନଙ୍କୁ ନିଯୁକ୍ତି ସୁଯୋଗ ନ ଦେବାକୁ ସିଆଇଟିୟୁ ନାପସନ୍ଦ କରିଛି ।

ସାଧାରଣ ସମ୍ପାଦକ ବସନ୍ତ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଇତିମଧ୍ୟରେ ଆର୍ଏସ୍ପିରେ ଆଇଟିଆଇ ଓ ଡିପ୍ଲୋମାଙ୍କୁ ଆପ୍ରେଣ୍ଟିସ୍ ଭାବରେ ଦିଆଯାଇଥିଲା । ଦୀର୍ଘ ୩ ବର୍ଷ ମଧ୍ୟରେ ଟ୍ରେନିଂ ଭାବରେ ଶ୍ରମିକମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଉତ୍ପାଦନରେ ସମ୍ପୂର୍ଣ୍ଣ ସହଯୋଗ କରି ଟ୍ରେନିଙ୍ଗ ନେଇଛନ୍ତି । ଏମାନଙ୍କ ସର୍ବଶ୍ରେଷ୍ଠ ଉକ୍ରର୍ଷତା ପ୍ରମାଣ କରିଛନ୍ତି । ସ୍କିଲ୍ ଇଣ୍ଡିଆ ନାମରେ ସେମାନଙ୍କୁ ଆପ୍ରେଣ୍ଟିସ୍ ଟ୍ରେନିଙ୍ଗ ଦେଇ ନିଯୁକ୍ତି ନ ଦେବା ବଡ ପରିତାପର ବିଷୟ ।

ତେଣୁ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ସିଆଇଟିୟୁ ଦାବି କରୁଛି । ନଚେତ୍ ସ୍କିଲ୍ ଇଣ୍ଡିଆ ନାମରେ କେନ୍ଦ୍ର ସରକାରଙ୍କ ସେମାନଙ୍କ ଭବିଷ୍ୟତ ସହ ଖେଳିବା ସଦୃଶ ହେବ । ଏହି ସମୟରେ ରାଉରକେଲାରେ ସ୍ୱୀକୃତିପ୍ରାପ୍ତ ୟୁନିୟନ ବିଏମ୍ଏସ୍, ଏନ୍ଜେସିଏସ୍ ପାଇଁ ନୀରବ ବିକ୍ଷୋଭ କରୁଛି । ଏମାନେ ଲଗାତର ୨ ଧର ସ୍ୱୀକୃତି ପାଇଛନ୍ତି । ମନ୍ତ୍ରୀ ଏମାନଙ୍କର ଓ ସରକାର ଏମାନଙ୍କର । ଭଲ ଏନ୍ଜେସିଏସ୍ କରିବୁ, ଏନ୍ଟିପିସି, ଭେଲ୍, ନାଲ୍କୋ ଭଳି ଦରମା ୪୬% ଫ୍ରିଞ୍ଜ ବେନିଫିଟ୍, ଡିପ୍ଲୋମାଙ୍କୁ ପୁନଃ ଏସ୍-୬, ଆଇଟିଆଇଙ୍କୁ ଏସ୍-୩ ନିଯୁକ୍ତି ଦେବା, ଡିପ୍ଲୋମାନଙ୍କୁ ଜୁନିୟର ଇଞ୍ଜିନିୟର ପଦ ଦେବା କୁହାଯାଇଥିଲା, ଏସବୁ ଗଲା କୁଆଡେ? ଦୀର୍ଘଦିନ ଧରି ଏନ୍ଜେସିଏସ୍ ଡକା ଯାଉନାହିଁ ।

ଚୁକ୍ତିନାମା ପରେ ପେନ୍ସନ କାର୍ଯ୍ୟକାରୀ କରାଯାଉ ନାହିଁ । ତାଙ୍କ ସରକାରଙ୍କ କ୍ୟାବିନେଟ୍ ନିଷ୍ପତ୍ତିରେ ଆଫୋର୍ଡେବିଲିଟି ନାମରେ ଏନ୍ଜେସିଏସ୍ ବସୁନାହିଁ । ଏହା ପୂର୍ବରୁ ସମସ୍ତ ୟୁନିୟନ ଏନ୍ଜେସିଏସ୍ ପାଇଁ ଦାବି ଏବଂ ଆନ୍ଦୋଳନ କରିଛନ୍ତି । ବିଏମ୍ଏସ୍ ବର୍ତ୍ତମାନ ସରକାରଙ୍କୁ କହି କ୍ୟାବିନେଟ୍ରେ ଆଫୋର୍ଡେବିଲିଟି ଉଠାଇଦେଉ । ଡିପ୍ଲୋମା ପାଇଁ ଏସ୍-୬ ଓ ଆଇଟିଆଇଙ୍କୁ ଏସ୍-୩ ପାଇଁ ନିଯୁକ୍ତି ବିଜ୍ଞପ୍ତି ଦିଆଯାଉ । ଥରେ ନିଯୁକ୍ତି ମିଳିଗଲା ପରେ ଆଉ ପରିବର୍ତ୍ତନ ସମ୍ଭବ ନୁହେଁ । ରାଉରକେଲାରେ ସ୍ଥାନୀୟ ଭାବରେ ସ୍ୱୟଂ ପ୍ରଧାନମନ୍ତ୍ରୀ କହିଥିବା ଆଇଜିଏଚ୍ ମେଡିକାଲ କଲେଜ ତ ହେଲା ନାହିଁ ।

ସର୍ବନିମ୍ନ ଚିକିତ୍ସା ସୁବିଧା ମଧ୍ୟ ଶ୍ରମିକମାନେ ପାଉନାହାନ୍ତି । ହଜାର ହଜାର କ୍ୱାର୍ଟର ଖାଲି ପଡିଥିବା ବେଳେ ଅବସରପ୍ରାପ୍ତ ଶ୍ରମିକ ଆର୍ଏସ୍ପିର ବ୍ୟବସାୟିକ ମନୋଭାବ ତଥା ଅତ୍ୟଧିକ ଦାମ୍ ଯୋଗୁ ନେଇପାରୁ ନାହାନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ସ୍ୱୀକୃତିପ୍ରାପ୍ତ ୟୁନିୟନ ତାର ନିର୍ବାଚନୀ ଇସ୍ତାହାରକୁ ଭୁଲିଯାଇଛି । ତେଣୁ ସମସ୍ତ ଶ୍ରମିକ ଓ ଯୁବଗୋଷ୍ଠୀ ବ୍ୟାପକ ଆନ୍ଦୋଳନକୁ ଯିବାକୁ ହେବ । କୋଇଲା, ବନ୍ଦର, ଏନ୍ଏମ୍ଡିସିରେ ୫ ବର୍ଷିୟା ମଜୁରୀ ଚୁକ୍ତିନାମା ହୋଇଛି କେବଳ ଆନ୍ଦୋଳନ ଯୋଗୁ । ଫେସ୍ବୁକ୍, ହ୍ୱାଟସ୍ଆପ୍ରେ ଭୁଲ୍ ତଥ୍ୟ ଦେଇ କାର୍ଯ୍ୟ ସାଧନ ସମ୍ଭବ ନୁହେଁ । ଆନ୍ଦୋଳନ ଦ୍ୱାରା ହିଁ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ସମ୍ଭବ । ଆଜିର ବୈଠକରେ ସୁରେନ୍ଦ୍ର ମହାନ୍ତି, ରତ୍ନାକର ନାୟକ, ପି.ସି. ପ୍ରଧାନ, ଜେ.କେ. ସାହୁ, କେ.ସି. ଦାସ, ଶିବରାମ ବେହେରା, କୁଳମଣି ରାଉତ, ପ୍ରତାପ ସ୍ୱାଇଁ, କେ.ଏନ୍. ମହାନ୍ତି, ସି.ଆର୍. ମହାନ୍ତି, ୱାଇ. ସାହୁ, ଏସ୍.କେ. ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post