Sat. Mar 7th, 2026

ଆର୍ଏମ୍ସି ପକ୍ଷରୁ ଜବରଦଖଲ ଉଚ୍ଛେଦ: ପଛକୁ ହଟିଲା ମାର୍କେଟ

298 Views

ରାଉରକେଲା, ୨୬ /୮ : ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ହୋଇଥିବା ଜବରଦଖଲକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଛି । ଫଳରେ ଆର୍ଏମ୍ସି ନାଳ ଉପରେ ବେଆଇନ ଭାବେ ସ୍ଥାନୀୟ ଲୋକେ ଜବରଦଖଲ କରି ରଖିଥିବା ସ୍ଥାନରୁ ହଟିଯାଇଛନ୍ତି । ଉଚ୍ଛେଦ କାର୍ଯ୍ୟରେ ଡୋଜର୍ ଓ ପ୍ରୋକ୍ଲିନ୍ ଆଦି ନିୟୋଜିତ କରାଯାଇଥିଲା । ଏହି ଜବରଦଖଲ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ରାସ୍ତା ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ହୋଇ ଟ୍ରାଫିକ୍ ସମସ୍ୟା ଭଳି ବହୁ ଗୁରୁତର ସମସ୍ୟା ସୃଷ୍ଟି କରୁଥିଲା ।

ଏଥିସହ ନିକଟସ୍ଥ ମାଗୁଣି ବସ୍ତି ଓ ଅନ୍ୟାନ୍ୟ ବସ୍ତିର ଜଳ ଏହି ରାସ୍ତା ଦେଇ ପ୍ରବାହିତ ହେଉଥିଲା । ଜବରଦଖଲ ଯୋଗୁଁ ଏହା ନିଷ୍କାସିତ ହୋଇପାରୁ ନଥିଲା । ଫଳରେ ଡ୍ରେନ୍ ସଫା ହୋଇନପାରି ଡ୍ରେନେଜ୍ ସମସ୍ୟା ଉପୁଜୁଥିଲା । କିଛି ଦିନ ପୂର୍ବେ ଏହି ସମସ୍ୟା ଯୋଗୁ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧା ପାଣିରେ ବୁଡ଼ି ମୃତ୍ୟୁମୁଖରେ ପଡିଥିଲେ । ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଆର୍ଏମ୍ସି ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଥିଲା । ଆର୍ଏମ୍ସିର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

ଉଚ୍ଛେଦ କାର୍ଯ୍ୟରେ ରାଉରକେଲା ତହସିଲଦାର ବିଶ୍ୱରଞ୍ଜନ ରଥ, ଅମିନ ଚତୁର୍ଭୁଜ ଜେନା, ଆର୍ଏମ୍ସି ଉପାୟୁକ୍ତ ସୁଷମା ବିଲୁଙ୍ଗ, ବରିଷ୍ଠ ଯନ୍ତ୍ରୀ ଅକ୍ଷୟ ସ୍ୱାଇଁ, ବ୍ରଜେନ ଦାସ, ଲ୍ୟାଣ୍ଡ ଗାର୍ଡ ଅଧିକାରୀ ଅଜୟ ନନ୍ଦ, ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଗଙ୍ଗାଧର ମେହେରଙ୍କ ସମେତ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

Related Post