ନୂଆଦିଲ୍ଲୀ: ଆରୁଷିଙ୍କ ହତ୍ୟା ମାମଲାରେ ପ୍ରତିଷ୍ଠିତ ତଲୱାର ଦମ୍ପତିଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ନିଦେ୍ର୍ଧାଷରେ ଖଲାସ କରିଦେଲେ । ଘଟଣା ଦିନ ଆରୁଷି ଓ ଚାକର ହେମରାଜଙ୍କୁ ହତ୍ୟା କରିଥିଲେ ଡାକ୍ତର ତଲୱାର ।
ଏଭଳି ସମ୍ବେଦନଶୀଳ ଡବଲ୍ ହତ୍ୟା ମାମଲାରେ ହେମରାଜଙ୍କ ବିଧବା ସ୍ତ୍ରୀ ଖୁମକାଲା ବଞ୍ଜାଡ଼େ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତଲୱାର ଦମ୍ପତିଙ୍କୁ ଜେଲରୁ ଖଲାସକୁ ଚାଲେଞ୍ଜ କରିଛନ୍ତି ।
୫୦ ବର୍ଷୀୟା ବଞ୍ଜାଡ଼େଙ୍କ ଅଭିଯୋଗ ଅନୁସାରେ ଧନୀ ଓ ପ୍ରତିଷ୍ଠିତ ଲୋକମାନେ ପ୍ରଚୁର ଧନ ଅବା ଖ୍ୟାତିବଳରେ ନ୍ୟାୟିକ ବ୍ୟବସ୍ଥାର ଗତି ବଦଳାଇପାରନ୍ତି ।
ବରିଷ୍ଠ ଆଇନଜୀବୀ କେଟିଏସ୍ ତୁଲସୀ ହେମରାଜଙ୍କ କେସ ଲଢ଼ିବେ ।
ସୂଚନାଯୋଗ୍ୟ, ୨୦୦୮ରେ ନାବାଳିକା କନ୍ୟା ଆରୁଷି ଓ ଚାକର ହେମରାଜଙ୍କୁ ହତ୍ୟା ମାମଲାର ଶୁଣାଣି କରି ୨୦୧୩ରେ ସ୍ୱତନ୍ତ୍ର ସିିବିଆଇ କୋର୍ଟ ରାଜେଶ ତଲୱାର ଓ ତାଙ୍କ ସ୍ତ୍ରୀ ନୁପୁର ତଲୱାରଙ୍କୁ ଦଣ୍ଡବିଧାନ କରିଥିଲେ ।
ଗତ ଅକ୍ଟୋବର ୧୨ ତାରିଖରେ ଆଲ୍ଲାହାବାଦ ହାଇକୋର୍ଟ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ ।
250 Views