112 Views
ନୂଆଦିଲ୍ଲୀ, ନଭେମ୍ବର ୧୩: କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲାଗିରହିଛି ବିବାଦ । ଏହାକୁ ପ୍ରତିହତ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସୂତ୍ରାନୁସାରେ, ପଟେଲ ଶୁକ୍ରବାର ଦିନ ଦିଲ୍ଲୀରେ ଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ।
କୁହାଯାଉଛି କି, ଏହି ସାକ୍ଷାତକାରରେ ମୋଦୀଙ୍କ ସହ ଏକ ବୈଠକ ମଧ୍ୟ ସାମିଲ ଅଛି । ଗଚ୍ଛିତ ଅର୍ଥକୁ ନେଇ ଅର୍ଥ ମନ୍ତ୍ରାଳୟ ଏବଂ ଆରବିଆଇ ମଧ୍ୟରେ ଉପୁଜିଥିବା ବିବାଦକୁ ବୈଠକରେ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଥିଲା । ଏହାପରେ ଆରବିଆଇ ଛୋଟ ଏବଂ ମଧ୍ୟ ଉଦ୍ୟୋଗକୁ ଋଣ ଦେବା ପାଇଁ କିଛି ବିଶେଷ ବ୍ୟବସ୍ଥା ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ଯେ ଏନବିଏଫସିରେ କ୍ୟାଶର ସ୍ଥିତିକୁ ସହଜ କରିବା ପାଇଁ ଆରବିଆଇ ନିଜ ସ୍ୱତନ୍ତ୍ର ଅଧିକାରରେ କିଛି ରାଶି ଜାରି କରିବା ନେଇ ସହମତି ହୋଇଛି ନା ନାହିଁ ।
ସରକାର ଏବଂ ଆରବିଆଇ ମଧ୍ୟରେ ସ୍ୱତନ୍ତ୍ରତାକୁ ନେଇ ମତଭେଦ ବୃଦ୍ଧି ପାଇଥିଲା କାରଣ ଅର୍ଥ ବିଭାଗ ଏହା ବିରୋଧରେ ସେକ୍ସନ-୭ ଧାରା ପ୍ରୟୋଗ କରିଥିଲା । ଏହା ସରକାରଙ୍କ ଜନହିତ ପ୍ରସଙ୍ଗରେ ଆରବିଆଇ ଗଭର୍ଣ୍ଣରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସ୍ୱତନ୍ତ୍ର ଅଧିକାର ଦେଇଥାଏ ।