ରାଉରକେଲା, ୧୦/୯ : ରାଉରକେଲା ଇସ୍ପାତ କାରଖାନାର ଲୋକସମ୍ପର୍କ ବିଭାଗରେ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରତ୍ନାକର ମହାରଣା (୪୯)ଙ୍କ ଗତକାଲି ରାତ୍ରିରେ ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଯାଇଛି । ସପରିବାର ଲକ୍ଷେ୍ନøରୁ ଫେରି ଘର ବାଥ୍ରୁମକୁ ଯାଇଥିବାବେଳେ ଶ୍ରୀ ମହାରଣାଙ୍କୁ ଷ୍ଟ୍ରୋକ୍ ହେବାରୁ ସେ ସେହିଠାରେ ହିଁ ପଡିଯାଇଥିଲେ । ତେବେ ପରିବାର ଲୋକେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନେଇଥିଲେ ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଶ୍ରୀ ମହାରଣାଙ୍କ ମୃତ୍ୟୁ ଖବର ପାଇ ବିଭାଗର ଏଜିଏମ୍ ଶ୍ରୀମତୀ ଅର୍ଚ୍ଚନା ଶତପଥିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସହକର୍ମୀମାନେ ସ୍ୱର୍ଗତ ମହାରଣାଙ୍କ ଘରେ ପହଞ୍ôଚ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ ମହାରଣା ସହରର ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡ଼ିତ ଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦର ମଧ୍ୟ ସେ ସଦସ୍ୟ ଥିଲେ । ଏକ ସମାଜସେବୀ ତଥା ମିଷ୍ଠ ଭାଷି ଭାବେ ପରିଚିତ ଶ୍ରୀ ମହାରଣାଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।