Sat. Jan 11th, 2025

ଆରଏସ୍ପି ଦ୍ୱାରା ପାଶ୍ୱର୍ାଞ୍ଚଳ ଗ୍ରାମର ହାଇସ୍କୁଲ୍ ଓ ଏମ୍ଇ ସ୍କୁଲ୍ର ୪୬୮ଜଣ ବିଦ୍ୟାର୍ଥୀଙ୍କୁ ମେଧାବୃତ୍ତି

By amfnews Oct 6, 2018 #Featured
144 Views

ରାଉରକେଲା, ୫ା୧୦ : ରାଉରକେଲା ଇସ୍ପାତ କାରଖାନା ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ପାଶ୍ୱର୍ାଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପୁରସ୍କାର ଯୋଜନା ଏବଂ ମେଧାବୃତ୍ତି ମାଧ୍ୟମରେ ଅଧ୍ୟୟନରେ ଉକ୍ରର୍ଷତା ହାସଲ ନିମନ୍ତେ ପ୍ରୋତ୍ସାହିତ କରୁଛି । ଏହି କ୍ରମରେ ୨୦୧୫-୧୬ ଶିକ୍ଷା ବର୍ଷ ନିମନ୍ତେ ନୂଆଗାଁ, ବିଶ୍ରା, କୁଆଁରମୁଣ୍ଡା ଓ ଲାଠିକଟା ରାଜସ୍ୱ ବ୍ଳକ୍ର ଗାଁ, ଆଦର୍ଶ ଇସ୍ପାତ ଗ୍ରାମ, ପୁନର୍ବାସ କଲୋନୀ/କ୍ୟାମ୍ପ/ବ୍ଲକ୍ ହାଇସ୍କୁଲ୍ର ୨୦୧୫ ବିଦ୍ୟାର୍ଥୀ ଓ ୟୁପି ସ୍କୁଲ୍ର ୭୧୪ ବିଦ୍ୟାର୍ଥୀ, ଏଭଳି ସର୍ବମୋଟ୍ ୯୧୯ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଲାଭ ନିମନ୍ତେ ମନୋନୀତ ହୋଇଛନ୍ତି ।

ସେମାନଙ୍କୁ ଦଶମ ଓ ସପ୍ତମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସେମାନଙ୍କର ଉକ୍ରର୍ଷ ପ୍ରଦର୍ଶନ ଭିତ୍ତିରେ ଏହି ମେଧାବୃତ୍ତି ପ୍ରଦାନ କରାଯାଉଛି । ବାଳକ ଓ ବାଳିକା ବର୍ଗରେ ପ୍ରତ୍ୟେକ ସ୍କୁଲ୍ର ପ୍ରଥମ ସ୍ଥାନ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ୩ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ନିମନ୍ତେ ୨ ହଜାର ଟଙ୍କା ଓ ତୃତୀୟ ସ୍ଥାନ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି । ସିଭିକ ସେଣ୍ଟର ଠାରେ ମେଧାବୃତ୍ତି ବିତରଣ ନିମନ୍ତେ ଅନୁଷ୍ଠିତ ଉତ୍ସବରେ ୩୫ଟି ହାଇସ୍କୁଲ ଓ ୪୭ଟି ୟୁପି ସ୍କୁଲ୍ର ୪୬୮ଜଣ ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଥିଲା ।

ଅବଶିଷ୍ଟ ଛାତ୍ରଛାତ୍ରୀଙ୍କୁ ଆସନ୍ତା କାଲି ଆୟୋଜିତ ହେଉଥିବା ଅନୁରୂପ ଉତ୍ସବରେ ମେଧାବୃତ୍ତି ପ୍ରଦାନ କରାଯିବ । ଉକ୍ତ ଉତ୍ସବରେ ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏ ଅବସରରେ ସଂଘତିର ଅଧ୍ୟକ୍ଷା ମିନାକ୍ଷୀ ପ୍ରଧାନ, ସହର ପ୍ରଶାସନ ବିଭାଗର ଜିଏମ୍ ଏନ୍.କେ. ସାମନ୍ତରାୟ, ସିଏସ୍ଆର ବିଭାଗର ଡିଜିଏମ୍ ଇନଚାର୍ଜ ପି.ଏମ୍. ବେହେରା, ସମ୍ପାଦିକା ଲୀନା ଦାସ, ସିଏସ୍ଆରର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ, ଦୀପିକା ମହିଳା ସଂଘତି ପରିଚାଳନା କମିଟି ସଦସ୍ୟା ଏବଂ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ଏନ୍.କେ. ସାମନ୍ତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଏହି ଯୋଜନା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ । ସିଏସ୍ଆର ବିଭାଗର ଏଜିଏମ ମୁନମୁନ ମିତ୍ରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post