Tue. Dec 24th, 2024

ଆରଏସ୍ପିର ସପ୍ସ କମ୍ପେ୍ଲକ୍ସ ଦ୍ୱାରା ବିକଶିତ ହେଲା କଏଲ ଟର୍ଣ୍ଣିଂ ଡିଭାଇସ

rklsanchar@gmail.com' By J.N. Pradhan Jul 2, 2018 #Featured
252 Views

ରାଉରକେଲା, ୧/୭: ରାଉରକେଲା ଇସ୍ପାତ କାରଖାନାର ମେକାନିକାଲ ସପ୍ ବିଭାଗରେ ଆୟୋଜିତ ଏକ ଉତ୍ସବରେ କାର୍ଯ୍ୟ ବିଭାଗର ଇଡି ଶୁଭେନ୍ଦ୍ର ଦାସ ବିଭାଗରେ ନିଜସ୍ୱ ରୂପେ ବିକାଶ କରାଯାଇଥିବା କଏଲ ଟର୍ଣ୍ଣିଂ ଡିଭାଇସକୁ କମିଶନିଂ ଓ ଅପରେସନ ନିମନ୍ତେ ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ କାରଖାନାର ବହୁ ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ମେକାନିକାଲ ସପ୍ ଓ ଷ୍ଟ୍ରକଚରାଲ ବିଭାଗୀୟ ସାମୁଦାୟିକଙ୍କ ଦ୍ୱାରା ନିଜସ୍ୱ ସମ୍ବଳ, ଜ୍ଞାନକୌଶଳ ଓ ଦକ୍ଷତାର ସମ୍ପୂର୍ଣ୍ଣ ଉପଯୋଗ ପୂର୍ବକ ଏହି କଏଲ ଟର୍ଣ୍ଣିଂ ଡିଭାଇସର ବିକାଶ ସାଧନ କରାଯାଇଛି ।  ଲ୍ଳେଖନୀୟ ଯେ, ହଟ୍ ଷ୍ଟ୍ରିପ୍ ମିଲ୍ରେ କଏଲକୁ ୯୦ ଡିଗ୍ରୀ ଘୂରାଉଥିବା ଉକ୍ତ କଏଲ ଟର୍ଣ୍ଣିଂ ଡିଭାଇସ ୧୯୬୩ ମସିହାରେ ସ୍ଥାପନା କରାଯାଇଥିଲା । ଏହା ଆରମ୍ଭରୁ ଅଦ୍ୟାବଧି କେବେ ମଧ୍ୟ ପରିବର୍ତ୍ତନ ହୋଇନଥିଲା । ଦୀର୍ଘଦିନର ବ୍ୟବହାର ଯୋଗୁଁ ଟେବୁଲ ରୋଟେସନ ଏବଂ ଗିୟର ବକ୍ସ ପିନିୟନରେ ସମସ୍ୟା ଅନଭୂତ ହୋଇଥିଲା ।

ଏଥିଯୋଗୁଁ କଏଲଗୁଡ଼ିକୁ ଅନ୍ୟ ବେ’କୁ ସ୍ଥାନାନ୍ତର କରିବା ପ୍ରଭାବିତ ହେଉଥିଲା । କଏଲ ଟର୍ଣ୍ଣିଂ ଡିଭାଇସର ଅନୁପସ୍ଥିତିରେ କଏଲଗୁଡ଼ିକୁ କ୍ରେନ୍ ମାଧ୍ୟମରେ ସ୍ଥାନାନ୍ତରିତ କରିବାକୁ ହେଉଥିଲା ଯାହା ଦ୍ୱାରା ହଟ୍ ଷ୍ଟ୍ରିପ୍ ମିଲ୍ ରୋଲିଂ ସିକ୍ସେଂସ ମଧ୍ୟ ପ୍ରଭାବିତ ହେଉଥିଲା । ହଟ୍ ଷ୍ଟ୍ରିପ୍ ମିଲ୍ ଓ ସପ୍ସ ବିଭାଗର ଏକ ଯୁଗ୍ମ ଦଳ ଦ୍ୱାରା ବିଶ୍ଳେଷଣ ପରେ ଏକ ସମ୍ପୂର୍ଣ୍ଣ ନୂତନ ସିଟିଡି ବିକାଶ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଏହାର ସମ୍ପୂର୍ଣ୍ଣ ଆସେମ୍ଲି ଡ୍ରଇଂ ମୁତାବକ ଷ୍ଟ୍ରକଚରାଲ ଓ ଫେବ୍ରିକେସନ ସପ୍ରେ ଏହାକୁ ପ୍ରସ୍ତୁତ କରାଯାଇଥିଲା ।

ଏହା ପରେ ଉକ୍ତ କାର୍ଯ୍ୟକୁ ମେକାନିକାଲ ସପ୍ର ବିଭିନ୍ନ ମେସିନ ଯଥା ହୋମ୍ମା, ସ୍କୋଡ଼ା, ସିଏନ୍ସି ପ୍ଲାନୋ ମିଲ୍ର ମେସିନ୍ରେ ସମ୍ପୂର୍ଣ୍ଣ କରାଯାଇଥିଲା । ଉକ୍ତ ନୂତନ କଏଲ ଟର୍ଣ୍ଣିଂ ଡିଭାଇସର ଉପଲବ୍ଧତା ସହିତ କଏଲ ସହିତ କଏଲ ଟର୍ଣ୍ଣିଂଜନିତ ବିଳମ୍ବକୁ ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗରେ ଶୂନ୍ୟ କରାଯାଇପାରିବ । ଏଥି ପୂର୍ବରୁ ଶ୍ରୀ ଦାସ ମେକାନିକାଲ ସପ୍ ସମ୍ମୁଖରେ ନିର୍ମିତ ଏକ ମନୋରମ ଉଦ୍ୟାନର ଉଦ୍ଘାଟନ କରିଥିଲେ । ଏଥିରେ ବିଭାଗର କର୍ମଚାରୀଙ୍କ ଦ୍ୱାରା ନିର୍ମିତ ଏକ ସୁନ୍ଦର ଆକୃତିର ସ୍ମାରକ ଅଗ୍ରଗାମୀର ସ୍ଥାପନା କରାଯାଇଛି ।

Related Post