Thu. Jan 23rd, 2025

ଆରଏସ୍ପିର କାର୍ଯ୍ୟ ଅଞ୍ଚଳ ଦ୍ୱାରା ସଦ୍ୟତମ ୯୦୦୧:୨୦୧୫ ପ୍ରମାଣପତ୍ର ହାସଲ

rklsanchar@gmail.com' By J.N. Pradhan Jun 28, 2018 #Featured
386 Views

ରାଉରକେଲା, ୨୮/୬: ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟ ଅଞ୍ଚଳ ସଦ୍ୟତମ ଆଇଏସ୍ଓ ୯୦୦୧:୨୦୧୫ କ୍ୱାଲିଟି ମ୍ୟାନେଜମେଣ୍ଟ ସିଷ୍ଟମ ମାନକ ପ୍ରମାଣପତ୍ର ହାସଲ କରିଛନ୍ତି । କାର୍ଯ୍ୟ ବିଭାଗର ଇଡିଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ଉତ୍ସବରେ କାର୍ଯ୍ୟ ବିଭାଗର ଇଡି ଶୁଭେନ୍ଦ୍ର ଦାସ ଏହି ପ୍ରମାଣପତ୍ର ଉନ୍ମୋଚିତ କରିଥିଲେ ।

ଏହି ଅବସରରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ୍ଚାର୍ଜ ଗୌତମ ବାନାର୍ଜୀ, ଆଇଇଡି ଓ ବିଜନେସ ଏକ୍ସଲେନ୍ସ ବିଭାଗର ଡିଜିଏମ୍ ଇନ୍ଚାର୍ଜ ପି.ଦତ୍ତା ଏବଂ ବିଜନେସ୍ ଏକ୍ସଲେନ୍ସ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ନିଜର ବକ୍ତବ୍ୟରେ ଶୁଭେନ୍ଦ୍ର ଦାସ ଏଭଳି ଉପଲବ୍ଧି ହାସଲ ନିମନ୍ତେ ସାମୁଦାୟିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ସଫଳତାର ଧାରାକୁ ବଜାୟ ରଖିବା ନିମନ୍ତେ ଦୃଢ଼ ପ୍ରୟାସ ଜାରି ରଖିବା ପାଇଁ ସାମୁଦାୟିକଙ୍କୁ ଆହ୍ୱାନ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ୪୫ଟି ବିଭାଗକୁ ନେଇ ଆରଏସ୍ପିର ସମ୍ପୂର୍ଣ୍ଣ କାର୍ଯ୍ୟ ଅଞ୍ଚଳ ଏହି ସଦ୍ୟତମ କ୍ୱାଲିଟି ମ୍ୟାନେଜମେଣ୍ଟ ସିଷ୍ଟମରେ ଅନ୍ତର୍ଭୁକ୍ତ ଅଟନ୍ତି ।

ବିସ୍ତୃତ ବିପତ୍ତି ବିଶ୍ଳେଷଣ ଏବଂ ପ୍ରତି ବିଭାଗର ସମାଧାନ ଯୋଜନା ତଥା କ୍ୟୁଏମଏସ୍ ମାନକ ଅନୁଯାୟୀ ଆବଶ୍ୟକୀୟ ରେକର୍ଡ଼ ପ୍ରସ୍ତୁତି ମାଧ୍ୟମରେ ଏହି ସମ୍ମାନଜନକ ମାନକ ହାସଲ ହୋଇପାରିଛି । ପରେ ପରେ ପ୍ରଶିକ୍ଷିତ ଲିଡ଼ ଅଡ଼ିଟରମାନଙ୍କ ଦ୍ୱାରା ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ ଓ ସୁଧାର ନିମନ୍ତେ ନିପୁଣ ଅଡ଼ିଟ୍ ସମ୍ପନ୍ନ ହୋଇଥିଲା । ମେସର୍ସ ବିଭିଆଇଏଲ୍ ଦ୍ୱାରା ୨୦୧୮ ମସିହାରେ ବାହ୍ୟ ଅଡ଼ିଟ୍ ସମ୍ପନ୍ନ ହୋଇଥିଲା । ଏହି ପ୍ରମାଣପତ୍ର ହାସଲ ସହିତ ଶିଳ୍ପ ସହରାଞ୍ଚଳ ସମେତ ସମ୍ପୂର୍ଣ୍ଣ ଆରଏସ୍ପି ୧୦ କ୍ଲଜ୍ ବିଶିଷ୍ଟ ସଦ୍ୟତମ ଆଇଏସ୍ଓ ମାନକ ପ୍ରମାଣପତ୍ର ହାସଲ କରିଛି । ଉଲ୍ଳେଖନୀୟ ଯେ, ସମଗ୍ର ସେଲ୍ ମଧ୍ୟରେ ଆରଏସ୍ପିରେ ପ୍ରଥମ ୟୁନିଟ୍ ରୂପେ ସଦ୍ୟତମ ଏସ୍ଏ ୮୦୦୦:୨୦୧୪ ପ୍ରଣିତ ହୋଇଥିଲା ।

Related Post